ପ୍ରୟାଗରାଜରେ ବୁଡ ପକାଉବାକୁ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ


ସତ୍ୟଶିଖା ୨୨/୦୨/୨୦୨୫ : ପ୍ରୟାଗରାଜରେ ବୁଡ ପକାଉବାକୁ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ, ତ୍ରିବେଣୀ ସଂଗମରେ ବୁଡ ପକାଇବାକୁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଏ ଯାବତ୍ ୬୦କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ବ୍ରହ୍ମ ମୁହୂର୍ତ୍ତରୁ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଲାଗିଛି । ପାରମ୍ପରିକ ରୀତିନୀତି ପରେ ବୁଡ ପକାଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ । ଆଜି ଗୋଟିଏ ଦିନରେ ୩୩ଲକ୍ଷ ଲୋକ ବୁଡ ପକାଇଛନ୍ତି । ଆସନ୍ତା ଶିବରାତ୍ରିରେ ଶେଷ ଅମୃତସ୍ନାନ ହେବ । ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ମହାକୁମ୍ଭ ।
ଆଉ ୫ଦିନ ପରେ ସରିବ ବିଶ୍ବପ୍ରସିଦ୍ଧ ମହାକୁମ୍ଭ । ଶେଷ ସପ୍ତାହରେ ପ୍ରୟାଗରାଜରେ ପୁଣି ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ । ରେଳଷ୍ଟେସନ,ବସଷ୍ଟପରେ ସ୍ବତନ୍ତ୍ର ବ୍ୟବସ୍ଥା । ୨୩ ତାରିଖ ଶେଷ ଅମୃତସ୍ନାନରେ ୩କୋଟିରୁ ଅଧିକ ବୁଡ ପକାଇବା ସମ୍ଭାବନା।
ଶେଷ ହେବାକୁ ଯାଉଛି ମହାକୁମ୍ଭ ତେଣୁ ଶେଷ ସମୟରେ ପ୍ରୟାଗରାଜରେ ପହଁଚୁଛନ୍ତି ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।ଆଜିଠୁ ୨୬ ତାରିଖ ପର୍ୟ୍ୟନ୍ତ ପୂରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ସହ କୌଣସି ପ୍ରକାର ଅଘଟ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି ।ଜିଲ୍ଲାବାହାରୁ ଆସୁଥିବା ଗାଡିକୁ ସୀମତ ରଖାଯାଇଛି ।ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।
ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି। ଟ୍ରାଫିକ ବ୍ୟବସ୍ଥା ସବୁଠୁ ବଡ ଚ୍ୟାଲେଞ୍ଜ ।ତେଣୁ ଗାଡି ଗୁଡିକୁ ଡାଇଭର୍ଟ କରାଯିବା ଏବେ ୟୁପି ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି।