ସାହିତ୍ୟ ଓ ସଂସ୍କୃତି

ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼

ସତ୍ୟଶିଖା (ଭୁବନେଶ୍ୱର ) ୨୮.୧୦.୨୦୨୩ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଯାହାକୁ ନଜରରେ ରଖି ପୁରୀକୁ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼। ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ପୂର୍ବପ୍ରସ୍ତୁତି ଚାଲିଛି। ତେବେ ଯେତିକି ସଂଖ୍ୟାରେ ହବିଷ୍ୟାଳି ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଜିକୃତ ହୋଇଛନ୍ତି। ତା’ଠାରୁ ବହୁ ଅଧିକ ସଂଖ୍ୟାରେ ପୁରୀକୁ ଆସିବା ନେଇ ଅପେକ୍ଷାରେ ରହିଛନ୍ତି। ପୂର୍ବବର୍ଷ ଭଳି ଅନେକ ହବିଷ୍ୟାଳି ସିଧାସଳଖ ଶିବିରରେ ପହଞ୍ଚିଥିବା ବେଳେ ରେଜିଷ୍ଟ୍ରି କରିପାରିନଥିବାରୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ସମସ୍ତେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

କାହିଁକି ନା ସମସ୍ତ ହବିଷ୍ୟାଳିମାନେ ଚାହିଁଥାନ୍ତି ଯେ, ସେମାନେ ପୁରୀ ଆସି ଜଗନ୍ନାଥ ପାଖରେ ବ୍ରତ ପାଳନ କରିବା ପାଇଁ। କିନ୍ତୁ ଏବେବି କିଛି ହବିଷ୍ୟାଳିଙ୍କ ରେଜିଷ୍ଟ୍ରି ହୋଇନଥିବାବେଳେ ତାହା ସମସ୍ତଙ୍କୁ ଦୁଖ ଦେଇଛି।

Show More
Back to top button