ସତ୍ୟଶିଖା ୨୪ /୧୨/୨୦୨୦ : ଶୀତ ଆଗମନ ସହିତ ଆସିଛି ପର୍ଯ୍ୟଟନ ଋତୁ । ହେଲେ ଏଥର କରୋନା କଟକଣା କାରଣରୁ ଫିକା ପଡିଛି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ମଙ୍ଗଳା ଯୋଡି । ଶୀତ ଆସିବା ସହିତ ପକ୍ଷୀଙ୍କ କଳରବରେ କମ୍ପି ଉଠୁଛି ମଙ୍ଗଳା ଯୋଡି । ହେଲେ ପର୍ଯ୍ୟଟକ ନଥିବାରୁ ମଙ୍ଗଳା ଯୋଡି ଲାଗୁଛି ଖାଁ ଖାଁ ।
ଖୋର୍ଦ୍ଧା ଜିଲା ଟାଙ୍ଗି ନିକଟ ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟ । ଶୀତ ଆଗମନ ସହ ବିଭିନ୍ନ ଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଛୁଟି ଆସନ୍ତି ଏଠାକୁ । ଏଥର ଶୀତ ଆଗମନ ସହିତ ମଙ୍ଗଳା ଯୋଡିରେ ଦେଖା ଦେଇଛି ବିଦେଶାଗତ ପକ୍ଷୀଙ୍କ ଭିଡ । ପକ୍ଷୀ ସୁରକ୍ଷାକୁ ନେଇ ପକ୍ଷୀ ସୁରକ୍ଷା କମିଟିର ସଦସ୍ୟ ନିଜ ନିଜର ଡଙ୍ଗା ପ୍ରସ୍ତୁତିରେ ଲାଗିଛନ୍ତି । କଟକଣା ଭିତରେ ପର୍ୟ୍ୟଟକଙ୍କୁ ମଙ୍ଗଳାଯୋଡି ବୁଲାଇ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି ।