ଦେଶ

କରୋନାରେ ଦକ୍ଷିଣ ଏସିଆ ଦେଶରେ ପ୍ରଥମ ରାଜନେତାଙ୍କ ମୃତ୍ୟୁ

ଇସଲାମାବାଦ: ଦକ୍ଷିଣ ଏସିଆର ପ୍ରଥମ ରାଜନେତା ଭାବେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପାକିସ୍ତାନର ଜଣେ ମହିଳା ବିଧାୟକଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଲକଡାଉନ ପ୍ରତ୍ୟାହାର କରୁଥିବା ବେଳେ ବିଧାୟକ ଶାହୀନ ରାଜାଙ୍କ ମୃତ୍ୟୁ ଘଟିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଶାହୀନ ପଞ୍ଜାବ ପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ। ନିକଟରେ ସେ ଏକ କ୍ୱାରେଣ୍ଟାଇନ ସେଣ୍ଟରକୁ ବୁଲିବାକୁ ଯାଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଏହାପରେ ମେ’ ୧୭ରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଶେଷରେ ସେ କରୋନା ଯୋଗୁ ପ୍ରାଣ ହରାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

୬୫ ବର୍ଷୀୟ ଶାହୀନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ରାଜନୀତିକ ଦଳ ପିଟିଆଇର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୮୮୯ ଥିବା ବେଳେ ମୃତ୍ୟୁସଂଖ୍ୟା ୯୮୫ ରହିଛି।

[ad_2]
Show More
Back to top button