ଅପରାଧନ୍ୟୁଜ୍ରାଜ୍ୟ

ଜମିବାଡ଼ି ବେପାରକୁ ନେଇ ରାଜଧାନୀରେ ବଢ଼ୁଛି ଅପରାଧ

ସତ୍ୟଶିଖା (ଭୁବନେଶ୍ୱର) ୧୬/୦୧/୨୦୨୧  : ଜମିବାଡ଼ି ବେପାରକୁ ନେଇ ରାଜଧାନୀରେ ଅପରାଧ ବଢ଼ିବାରେ ଲାଗିଛି । ଜାଗା କିଣିଲେ କି ଘ‌ର କଲେ ଦେବାକୁ ପଡ଼ୁଛି ଦାଦାବଟି । କେଉଁଠି ଗୋଟିଏ ଜମି ୩ ଥର ବିକ୍ରି ହେଲାଣି ତ’ କେଉଁଠି ଜମିରେ ଘର କରି ବିଲ୍ଡର୍‌ ବିକି ସାରିଥିଲେ ମଧ୍ୟ ମାଲିକ ଟଙ୍କା ପାଇନି । ନକଲି କାଗଜ ଓ ନକଲି ମାଲିକକୁ ଛିଡ଼ା କରି ଆଉ କାହାର ଜମି ମଧ୍ୟ ବିକ୍ରି ହୋଇଯାଉଛି । ସରକାରୀ ଜମି ବି ପ୍ଲଟିଂ ହୋଇ ବିକ୍ରି ହେଉଛି । ଭୁବନେଶ୍ୱରରେ ଜମି ପାଇଁ ବଢ଼ୁଥିବା ଚାହିଦା ଅନୁପାତରେ ଅପରାଧ ବଢ଼ି ବଢ଼ି ଚାଲିଛି । ଗତବର୍ଷ ଭୁବନେଶ୍ୱରର ବିଭିନ୍ନ ଥାନ‌ାରେ ୪୬୭ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ କେବଳ ଜମିବାଡ଼ି ସମ୍ପର୍କିତ ୩୮୦ ଠକେଇ ମାମଲା ରହିଛି । ଏଭଳି ଅପରାଧ କ୍ରମାଗତ ଭାବରେ ବଢ଼ୁଥିବାରୁ ଜମି କିଣିବାକୁ ଯାଉଥିବା ସାଧାରଣ ଲୋକ ସହ କମିସନରେଟ୍‌ ପୁଲିସ ମଧ୍ୟ ଚିନ୍ତାରେ ପଡ଼ିଛି ।

Show More
Back to top button