ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ଶୁକ୍ରବାର ସିନା ଚେନ୍ନାଇ ସୁପରକିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ହୋଇଥିବା ଆଇପିଏଲରେ କରକେଟ ପ୍ରେମୀଙ୍କୁ ଜଣେ ନୂଆ ଷ୍ଟାର ଦେଖିବାକୁ ମିଳିଥିଲା । ଏହି ନୂଆ ଷ୍ଟାର ଜଣକ ହେଲେ ସନରାଇଜର୍ସର ଯୁବ ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗ । ତାଙ୍କର ଧମାକାଦାର ଅର୍ଦ୍ଧଶତକକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ପ୍ରିୟମ ଚେନ୍ନାଇ ବିପକ୍ଷରେ ୨୬ ବଲରେ ୫୧ ରନ କରିଥିଲେ। ଏହି ଇନିଂସ ସେ ସେତେବେଳେ ଖେଳିଥିଲେ ଯେତେବେଳେ ସନରାଇଜର୍ସର ଭଲ ଭଲ ଖେଳାଳି ପେଭିଲିୟନ ଫେରି ଯାଇଥିଲେ । ଅଣ୍ଡର ୧୯ ବିଶ୍ୱକପରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଥିବା ପ୍ରିୟମଙ୍କ କ୍ରିକେଟ ଯାତ୍ରା ବହୁତ କଷ୍ଟସାଧ୍ୟ ଥିଲ । ପ୍ରିୟମଙ୍କ ସଂଘର୍ଷ କାହାଣୀ ଆପଣଙ୍କୁ ମଧ୍ୟ ଭାବୁକ କରିଦେବ ।
ପ୍ରିୟମଙ୍କ କ୍ୟାରିଅର:
୨୦୧୮-୧୯ ରଣଜୀ ସିଜନରେ ଡେବ୍ୟୁ କରି ପ୍ରିୟମ ୮୦୦ରୁ ଅଧିକ ରନ କରିଥିଲେ
୨୦୧୮-୧୯ ରଣଜୀ ସିଜନରେ ୬୭.୮୩ ହାରରେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ କରିଥିଲେ
ଗୋଆ ବିପକ୍ଷରେ ନିଜର ଡେବ୍ୟୁ ମ୍ୟାଚରେ ଶତକ କରିଥିଲେ
ଗତ ଅଣ୍ଡର ୧୯ ବିଶ୍ୱକପରେ ଭାରତୀୟ ଟିମକୁ ଫାଇନାଲ ଯାଏଁ ପହଞ୍ଚାଇଥିଲେ
ଗତ ବର୍ଷ ସନରାଇଜର୍ସ ତାଙ୍କୁ ୧.୯ କୋଟି କିଣିଥିଲେ