ସତ୍ୟଶିଖା (କାନବେରା) ୦୨/୧୨/୨୦୨୦ : ଇତିହାସର ଫର୍ଦ୍ଦରେ ବିରାଟ କୋହଲିଙ୍କ ଆଉ ଗୋଟିଏ ପୃଷ୍ଠା । ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ତୃତୀୟ ଦିନିକିଆରେ ୨୩ ରନ୍ ସଂଗ୍ରହ କରି ବିରାଟ କୋହଲି ବିଶ୍ୱର ସବୁଠାରୁ ଦ୍ରୁତତମ ଖେଳାଲି ଭାବେ ୧୨ହଜାର ରନ୍ ସଂଗ୍ରହ କରିଛନ୍ତି । ବିଶ୍ୱ କ୍ରିକେଟରେ ସବୁଠାରୁ ଦ୍ରୁତତମ ୧୨ହଜାର ରନ୍ କରିବାରେ ବିରାଟ କୋହିଲ ମହାନ ବ୍ୟାଟସମ୍ୟାନ୍ ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି । ଏହାପୂର୍ବରୁ ଏହି ରେକର୍ଡ କେବଳ ସଚ୍ଚିନଙ୍କ ନାମରେ ରହିଥିଲେ । ଯାହାକୁ ଆଜି ବିରାଟ କୋହଲି ଭାଙ୍ଗିଛନ୍ତି ।
ରଚିଲେ ଆଉ ଏକ ଇତିହାସ…
