ନ୍ୟୁଜ୍ରାଜ୍ୟ

ଶୁଦ୍ଧିକ୍ରିୟା ସରିଥିଲା, ୨୬ ବର୍ଷ ପରେ ଫେରିଲେ ବାପା

ସତ୍ୟଶିଖା( କଟକ)୧୩ .୦୭ . ୨୦୨୨: ପୁଅର ହାତ ଧରି ବାଟ ଚଲାଇବା ବୟସରେ ହାତ ଛାଡ଼ି ଦୂର ରାଇଜକୁ ଚାଲିଗଲା ବାପା। ୨ ପୁଅଙ୍କ ସମେତ ପରିବାର ଲୋକେ ଅନାଇ ଅନାଇ ନିରାଶ ହେଲେ । ମିଳିଲାନି ଖୋଜଖବର। ଆଖିର ଲୁହ ଆଖିରେ ଶୁଖିଲା। ଦୀର୍ଘ ବର୍ଷ ବାପା ନିଖୋଜ ହେବାରୁ ବାଧ୍ୟ ହୋଇ ପୁଅମାନେ ତାଙ୍କ ଶୁଦ୍ଧିକ୍ରିୟା ବି କରିଦେଲେ। ମାତ୍ର  ଶୁଦ୍ଧିକ୍ରିୟା ସାରିବାର ୨ ବର୍ଷ ନ ପୁରୁଣୁ ବାପା ଜୀବିତ ଥିବା ଖବର ମିଳିଲା। ଆଉ ୨୬ ବର୍ଷ ପରେ ହେଲା ବାପପୁଅଙ୍କ ଅପୂର୍ବ ମିଳନ । ମାନସିକ ଭାରସାମ୍ୟ ହରାଇ ବସିଥିବା ବାପା ଏବେବି ଭାବୁଛି ପୁଅ ମୋର ସ୍କୁଲ ଯାଇଛି। ଏପରି ହୃଦୟସ୍ପର୍ଶୀ ଘଟଣା କଟକ ସଦର ଥାନା ସଇନ୍ଦା ବାଲିସାହିରେ ଘଟିଛି।

କଟକ ସଦର ଥାନା ସଇନ୍ଦା ବାଲିସାହିର ସ୍ୱପ୍ନେଶ୍ୱର ଦାସ ଆଜିକୁ ୨୬ ବର୍ଷ ତଳେ ମାନସିକ ଭାରସାମ୍ୟ ହରାଇ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଆଶା ଛାଡିଦେଇଥିଲେ  ।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ନିଖୋଜ ହେବାର ୧୨ ବର୍ଷ ପରେ ଶୁଦ୍ଧିକ୍ରିୟା କରିବାର ନିୟମ ଥିବା ବେଳେ ସ୍ୱପ୍ନେଶ୍ୱରଙ୍କ ପରିବାର କିନ୍ତୁ ଆଶା ଛାଡ଼ି ପାରୁ ନ ଥିଲେ। ହେଲେ ୨୪ ବର୍ଷ ପର୍ଯ୍ୟନ୍ତ କୌଣସି ପତ୍ତା ନ ମିଳିବାରୁ ଶେଷରେ ଶୁଦ୍ଧିକ୍ରିୟା କଲେ।

Show More
Back to top button