୭୦ ବର୍ଷୀୟା ବୃଦ୍ଧାଙ୍କ ରେସିପି ପାଇଁ ପାଗଳ ଲୋକେ, YouTubeରୁ ମିଳିଲା ସିଲ୍‌ଭର ବଟନ୍‌

ସତ୍ୟଶିଖା (ମୁମ୍ବାଇ) ୩୧/୧୦/୨୦୨୦ : ସୋସିଆଲ ମିଡିଆ ଲୋକମାନଙ୍କ ପାଇଁ ଏବେ ଏକ ଉପହାର ପାଲଟିଛି ।  ଆଜିର ଯୁବପୀଢ଼ି ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରୁଛନ୍ତି । ବିଶେଷ କରି ୟୁଟ୍ୟୁବ୍‌ରୁ ଲୋକେ ମୋଟାଅଙ୍କର ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ମହାରାଷ୍ଟ୍ରର ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଘରୋଇ ବ୍ୟଞ୍ଜନ ତିଆରି କରି ୟୁଟ୍ୟୁବ୍‌ରେ ଅପ୍‌​‌ଲୋଡ୍‌ କରୁଛନ୍ତି ବୃଦ୍ଧା । କେବଳ ଲୋକ ଯେ ତାଙ୍କ ଚ୍ୟାନେଲ୍‌ ଦେଖୁଛନ୍ତି ତାହା ନୁହେଁ ଦିନକୁ ଦିନ ସବସ୍କ୍ରାଇବର ମଧ୍ୟ ବୃଦ୍ଧି ପାଉଛନ୍ତି । ଏପରିକି ୟୁଟ୍ୟୁବ୍‌ ପକ୍ଷରୁ ତାଙ୍କୁ ସିଲଭର୍‌ ବଟନ୍‌ ମଧ୍ୟ ମିଳିଛି ।

ମହାରାଷ୍ଟ୍ରର ଏକ ଗ୍ରାମୀଣ ଅଞ୍ଚଳର ୭୦ ବର୍ଷୀୟା ବୃଦ୍ଧା ସୁମନ ଧାମନେ । ନିଜର ରେସିପି ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । କଣ ଏହି ସୋସିଆଲ ମିଡିଆ ଓ ୟୁଟ୍ୟୁବ୍‌ରେ କଣ ହୁଏ ସେ ଜାଣିନଥିବା କହିଛନ୍ତି ସୁମନ । କିନ୍ତୁ ଥରେ ୟୁଟ୍ୟୁବ୍‌ରେ ରେସିପି ପୋଷ୍ଟ କରିବା ପରେ ଏବେ ଲୋକଙ୍କ ଚାହିଦାକୁ ଦେଖି କୌଣସି ବ୍ୟଞ୍ଜନ ସମ୍ପର୍କରେ ନଦେଖାଇଲେ ମୋତେ ଭଲ ଲାଗୁନାହିଁ ବୋଲି ସୁମନ କହିଛନ୍ତି ।ସୁମନଙ୍କ ନାତି ୟଶ ପାଠକ ଜେଜେ ମା’ଙ୍କ ରୋଷେଇ ଶୈଳୀରେ ବେଶ ପ୍ରଭାବିତ ଥିଲେ । ତେଣୁ ପ୍ରଥମେ ୟୁଟ୍ୟୁବ୍‌​‌ରେ ଭିଡିଓ ପୋଷ୍ଟ କରିବାର ଆଇଡିଆ ୟଶ ହିଁ ଦେଇଥିଲେ । ପ୍ରଥମେ ପାଓ ଭାଜୀରୁ ଆରମ୍ଭ ହୋଇଥିଲା ଜେଜେ ମା’ଙ୍କ ଷ୍ଟାର ଡମ୍‌ ଯାତ୍ରା । ପରେ କଲରା ଜୋସ୍‌, ମହାରାଷ୍ଟ୍ରୀ ମିଠା ଆଦି ରେସିପି ଢ଼େର ଲୋକପ୍ରିୟତା ହାସଲ କରିଥିଲା । ତେବେ ଦର୍ଶକ ଆଉ ଜେଜେ ମା’ଙ୍କ ବ୍ୟଞ୍ଜନ ପ୍ରସ୍ତୁତି ଦେଖୁନାହାନ୍ତି ସିଧା ତାଙ୍କ ଘରେ ପହଞ୍ଚି ଖାଦ୍ୟ ନେଉଥିବା କହିଛନ୍ତି ସୁମନ ।

Exit mobile version