ବହୁ ଉପକାରୀ ଗୁଣ କ୍ରାନବେରୀରେ ଅଛି


ସତ୍ୟଶିଖା (ଭୁବନେଶ୍ୱର ) ୧୭.୦୯.୨୦୨୩ : କ୍ରାନବେରୀର ରଙ୍ଗ ଗାଢା ନାଲି। ଏବଂ ଏହା ଦେଖିବାକୁ ଛୋଟ ଆକାରର। ଯାହାକୁ ହିନ୍ଦୀରେ ଫରୌଦା କୁହାଯାଏ। ଖାଇବାକୁ କ୍ରାନବେରୀର ସ୍ବାଦ ଖଟା ମିଠା ହୋଇଥାଏ। ଏହାକୁ କଞ୍ଚା ଖିଆ ଯାଉଥିବା ବେଳେ କ୍ରାନବେରୀ ଚଟଣୀ, ଜାମ ଏବଂ ଜୁସ ମଧ୍ୟ ପ୍ରସ୍ତୁତ କରି ଲୋକେ ଖାଇବାକୁ ଭଲ ପାଆନ୍ତି। ଖାଇବାକୁ ଏହା ସ୍ବାଦିଷ୍ଟ ହୋଇ ଥିବା ବେଳେ ଏହା ଶରୀର ପାଇଁ ମଧ୍ୟ ବେଶ ହିତକାରୀ। ତ୍ବଚାପାଇଁ ମଧ୍ୟ ବହୁ ଉପକାରୀ ହୋଇଥାଏ। କ୍ରାନବେରୀରେ ନ୍ୟୁଟ୍ରିଏଣ୍ଟସ ଭରପୁର ମାତ୍ରାରେ ରହିଛି। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି କର୍ସିନୋଜେନ ପ୍ଲେବୋନାଲ, ଆଣ୍ଟିବ୍ୟାକ୍ଟେରିଆଲ ଭଳି ବହୁ ପୋଷକ ତତ୍ତ୍ବ ରହିଛି। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ସ୍କିନର ବହୁ ପ୍ରକାର ଡ୍ୟାମେଜରୁ ରକ୍ଷା କରିଥାଏ। କ୍ରାନବେରୀ ମାସ୍କ ଶୀତଦିନେ ବ୍ୟବହାର କଲେ ଏହା ଫେସକୁ ଡ୍ରାଏନେସରୁ ରକ୍ଷା କରିଥାଏ। ଏବଂ ଦୀର୍ଘ ସମୟ ଫେସକୁ ମସ୍ଚରାଇଜ ରଖିଥାଏ। ତେବେ ଆସନ୍ତୁ ଜାଣିବା କ୍ରାନବେରୀରେ ଥିବା କିଛି ଉପକାରିତା ଗୁଣ।
-କ୍ରାନବେରୀ ପ୍ରଚୁର ମାତ୍ରାରେ ଖାଇବା ଦ୍ବାରା ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ଫେସକୁ ନ୍ୟାଚୁରାଲି ଗ୍ଲୋ ଦେଇଥାଏ। ଏବଂ ଏଥିରେ ଥିବା ଭିଟାମିନ ସିର ମାତ୍ରା ଅଧିକ ବୟସ ହେଲେ ମଧ୍ୟ କମ ଦେଖାଯାଇଥାଏ।
-କ୍ରାନବେରୀ ଖାଇବା ଦ୍ବାରା ଆପଣ ସବୁବେଳେ ୟଙ୍ଗ ଦିଶିବେ। କାରଣ ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି।
-ପ୍ରତିଦିନ ସକାଳେ ଆପଣ କିଛି କ୍ରାନବେରୀ ଖାଆନ୍ତୁ। ଏହା ଆପଣଙ୍କୁ ହେଲଦି ରଖିବା ସହ ଓଜନ ମଧ୍ୟ ନିୟନ୍ତ୍ରଣ ରଖିବାରେ ସହାୟକ ହେବ। ଯଦି ଆପଣଙ୍କୁ କ୍ରାନବେରୀ ମିଳୁନି ତେବେ ଏହାର ଜୁସ ମାର୍କେଟରେ ସହଜରେ ଆପଣଙ୍କୁ ମିଳିପାରିବ।
-ଆପଣ ଯଦି ଖରାରେ ବହୁ ବୁଲାବୁଲି କରିଛନ୍ତି। ଯଦି ଆପଣଙ୍କ ସ୍କିନରେ ଟାନିଂ ହୋଇଯାଇଛି। ତେବେ କ୍ରାନବେରୀ ଜୁସ ଭାରି ଉପକାରୀ। ଏହାକୁ ଅଧିକ ମାତ୍ରାରେ ଖାଇଲେ ଟାନିଂ ଦୂର ହୋଇଯାଇଥାଏ। ଏହାସହ ସ୍କିନରେ ଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଚେହେରାରେ ଏକ ପ୍ରକାର ଔଜଲ୍ୟ ଦିଶେ।
କ୍ରାନବେରୀ ମାସ୍କ ପ୍ରଣାଳୀ:
୧୦ରୁ ୧୨ କ୍ରାନବେରୀ ଫ୍ରୁଟକୁ ନେଇ ପ୍ରଥମେ ଭଲ ସେ ସଫା କରି ଦିଅନ୍ତୁ। ଏହାପରେ ଏକ ବ୍ଲେଣ୍ଡରରେ କ୍ରାନବେରୀ ଗୁଡ଼ିକୁ ନେଇ ଦୁଇ ଚାଚ ମହୁ ଦେଇ ଗ୍ରାଇଣ୍ଡ କରି ନିଅନ୍ତୁ। ପରେ ପେଷ୍ଟକୁ କାଢ଼ି ଏଥିରେ ଭିଟାମିନ ଇ ଅଏଲ କ୍ୟାପସୁଲ ଗୋଟିଏ ପକାନ୍ତୁ। ଏହି ପେଷ୍ଟକୁ କିଛି ସମୟ ଫ୍ରିଜରରେ ରଖି । ତା’ ପରେ କାଢ଼ି ମିଶ୍ରଣକୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାନ୍ତୁ। ୧୦ ମିନିଟ ରଖି ମୁହଁ ଭଲ ଭାବେ ଶୁଖିଗଲା ପରେ। ହାଲକା ପାଣି ନେଇ ୧୦ ମିନିଟ ମସାଜ କରନ୍ତୁ। ଦେଖିବେ ଡେଡ ସ୍କିନ ସବୁ ବାହାରି ଆସିବ। ଏହାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ମୁହଁ କେମିତି ଚମକୁଛି।