ଦେଶସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଇଲାଣି କୋଭିଡର ଆଉ ଏକ ଷ୍ଟ୍ରେନ, ଲୋକଙ୍କୁ କରୁଛି ଶୀଘ୍ର ସଂକ୍ରମିତ

ସତ୍ୟଶିଖା(ଅମରାବତୀ) ୦୫.୦୫.୨୦୨୧: ଏବେ ଆନ୍ଧ୍ର ପ୍ରଦେଶର N440K ଭେରିଆଣ୍ଟ ବା ଆନ୍ଧ୍ର ଭେରିଆଣ୍ଟ ଦେଖିବାକୁ ମିଳିଛି। ଯାହାକୁ ନେଇ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି। କାରଣ ଏହି ଭେରିଆଣ୍ଟ ଅତି ଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଛି।

ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ସେଲ୍ୟୁଲାର ଆଣ୍ଡ ମୋଲିକୁଲାର ବାୟୋଲୋଜି (CCMB) ଦ୍ୱାରା N440K ଭେରିଆଣ୍ଟ ଚିହ୍ନଟ ହୋଇଛି। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ପଛରେ ଏହି N440K ଭେରିଆଣ୍ଟ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସନ୍ଦେହ କରିଛନ୍ତି। ଗତ କିଛି ଦିନ ହେବ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବଢ଼ୁଥିବା କରୋନା ସଂକ୍ରମଣ ପଛରେ ଏହି ଭେରିଆଣ୍ଟ ରହିଛି ବୋଲି ବିଶେଷଜ୍ଞ ସନ୍ଦେହ ପ୍ରକାଶ କରିଛନ୍ତି। କୁର୍ନୁଲ ଜିଲ୍ଲାରେ ଏହି ଭେରିଆଣ୍ଚ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏବେ ଭାରତରେ ଦେଖାଦେଇଥିବା ଇଣ୍ଡିଆନ୍ ଭେରିଆଣ୍ଟ ତୁଳନାରେ ଏହା ୧୫ ଗୁଣ ଅଧିକ ମାରାତ୍ମକ ବୋଲି କୁହାଯାଉଛି।

ବିଶାଖାପାଟନମ୍ ଜିଲ୍ଲାପାଳ ଭି ବିନୟ ଚାନ୍ଦ କହିଛନ୍ତି, ସ୍ୱାସ୍ଥ୍ୟ ଅଧିକାରୀ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇନାହିଁ ଏହା କରୋନାର କେଉଁ ଷ୍ଟ୍ରେନ୍। ଏବେ ସନ୍ଦେହ କରାଯାଉଛି। CCMBକୁ ନମୁନା ପଠାଯାଇଛି। କିନ୍ତୁ ବିଶାଖାପାଟନମରେ ଦେଖାଦେଇଥିବା କରୋନା ଭେରିଆଣ୍ଟ ଭିନ୍ନ। ଆମେ ଦେଖିଛୁ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଏବେ ଆକ୍ରାନ୍ତମାନେ ତିନିରୁ ଚାରି ଦିନ ମଧ୍ୟରେ ଗୁରୁତର ହୋଇ ପଡ଼ୁଛନ୍ତି। ହେଲେ ଆଗାମୀ ସପ୍ତାହ ମଧ୍ୟରେ କୋଭିଡ ସଂକ୍ରମିତ ହାଇପୋକ୍ସିଆ କିମ୍ବା ଡିସପେନସିଆ ରୋଗରେ ଆକ୍ରାନ୍ତ ହେବେ। କୋଭିଡ ବାରମ୍ବାର ତାର ରୂପ ବଦଳାଇବା ଚିନ୍ତାରେ ପକାଇଛି। ଆଉ ଯୁବ ବର୍ଗ ଏହି ମହାମାରୀରେ ଅଧିକାଂଶ ଶିକାର ହେଉଛନ୍ତି। ଯାହାକି ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

Show More
Back to top button