ରାଜ୍ୟସ୍ୱାସ୍ଥ୍ୟ

କୋଭିଡ଼ ନିୟମ ଉଲ୍ଲଂଘନ: କଟକର ସୁପର ମାର୍କେଟ ସିଲ୍‌

ସତ୍ୟଶିଖା,(କଟକ) ୨୫ .୦୩ .୨୦୨୧ : କଟକ ରାଜ୍ୟରେ ଗତ କିଛି ଦିନ ହେଲେ ଏବେ କରୋନା ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କୋଭିଡ଼ କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଏସବୁ ଭିତରେ କୋଭିଡ଼ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ କଟକରେ ସୁପର ମାର୍କେଟକୁ ସିଲ୍‌ କରିଛି ପ୍ରଶାସନ । ରାଣୀହାଟ ହିନ୍ଦ୍ ସିନେମା ହଲ୍‌ ସୁପର ସେଲ୍‌ ସେଣ୍ଟରକୁ ସିଲ୍ କରାଯାଇଛି ।  ସିଏମ୍‌ସି ଏନଫୋର୍ସମେଣ୍ଟ, CDEF ଟିମ୍‌-୧ ଓ ମଙ୍ଗଳବାଗ ପୋଲିସ ପକ୍ଷରୁ  ମିଳିତ ଚଢାଉ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୪୬୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୮୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Show More
Back to top button