ରାଜ୍ୟ

କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗ: ସିଲ୍ ହେଲା ବିଶାଲ ସପିଂ ମଲ୍

ସତ୍ୟଶିଖା(ଭୁବନେଶ୍ୱର) ୦୧.୦୭.୨୦୨୧: ବିଶାଳ ମେଗା ମାର୍ଟ ସିଲ୍‌ । ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଛି ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ।

ଖବର ଅନୁଯାୟୀ, ସାରା ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି । ହେଲେ କିଛିଟା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରେ, ସେଠାରେ କଟକଣା ଜାରି ରଖାଯାଇଛି । ଖାସ୍‌ କରି ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଆଦି ଜିଲ୍ଲାରେ ପୂର୍ବପରି କଟକଣା ଜାରି ରହିଛି । ତେବେ ଗୁରୁବାର ଦିନ ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍‌ କରିଛି ବିଏମ୍‌ସି । ସାଉଥଓ୍ୱେଷ୍ଟ ଜୋନ୍ ଜେଡିସି ରବିନାରାୟଣଙ୍କ ନେତୃତ୍ୱରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରି ସିଲ୍‌ କରାଯାଇଛି । ଅମାନିଆ ହୋଇ ସପିଂ ମଲ୍‌ ଖୋଲିଥିଲେ । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି ।

Show More
Back to top button