ଗୁଣୁପୁରରେ ଖୋଲିଲା କୋଭିଡ କେୟାର କେନ୍ଦ୍ର

ସତ୍ୟଶିଖା(ଗୁଣୁପୁର) ୦୮ .୦୫.୨୦୨୧: ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଗୁରୁବାରଠାରୁ କୋଭିଡ ଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ବିକ୍ରମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଗତ ଏକ ମାସ ମଧ୍ୟରେ ଗୁଣୁପୁର ସହରରେ ପ୍ରାୟ ଚାରି ଶହ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସା ପାଇଁ ଏଠାରୁ ୭୦ କିଲୋମିଟର ଦୂର ରାୟଗଡା ଜେ.କେ ପୁର ଯିବାକୁ ପଡୁଥିଲା। ଇତି ମଧ୍ୟରେ ଅନେକ ରୋଗୀଙ୍କର ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟୁଥିବା ବେଳେ ଗୁଣୁପୁର ଠାରେ ଏକ ଚିକିତ୍ସାଳୟ ଖୋଲିବାକୁ ଦାବି ହେଉଥିଲା। ପ୍ରଶାସନ ପକ୍ଷରୁ ଆଜି ଏଠାରେ ୧୪ ଜଣ କର୍ମଚାରୀଙ୍କୁ ନେଇ କୋଭିଡ ଯତ୍ନ କେନ୍ଦ୍ର ଆରମ୍ଭ କରାଯାଇଛି।

Exit mobile version