ସତ୍ୟଶିଖା (କେଦାରନାଥ) ୩/୧୧/୨୦୨୦ : ଦେଶରେ ଶୀତ ଲହରୀ ଆରମ୍ଭ ହୋଇଛି । ଧୀରେ ଧୀରେ ଥଣ୍ଡା ବଢ଼ିବାରେ ଲାଗିଛି । ଥଣ୍ଡା ବଢିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଉତ୍ତରାଖଣ୍ଡରେ ବିଭିନ୍ନ ଜାଗାରେ ତୁଷାରପାତ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ କେଦାରନାଥ ଧାମରେ ତୁଷାରପାତ ହୋଇଛି । ସକାଳୁ ଲଗାତାର ତୁଷାରପାତ ଯୋଗୁଁ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ବରଫାବୃତ୍ତ ହୋଇଛି । ମନ୍ଦିର ଉପରେ ବରଫ ଆସ୍ତରଣ ଜମି ଯାଇଛି । କେଦାରନାଥ ଧାମରେ ସକାଳୁ ତୁଷାରପାତ ହେବା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନାହିଁ । ଶ୍ରଦ୍ଧାଳୁ ଉତ୍ସାହର ସହ ସେଠାରେ ପହଞ୍ଚି କେଦାରନାଥ ବାବାଙ୍କ ଦର୍ଶନ କରିଛନ୍ତି ।
ଧଳା ଚାଦରରେ ଘୋଡେଇ ହୋଇଛି କେଦାରନାଥ ଧାମ
