ସତ୍ୟଶିଖା (ଭୁବନେଶ୍ୱର) ୦୨/୦୨/୨୦୨୧ : ପୁଣି ରାଜଧାନୀରୁ ନକଲି କାରଖାନା ଠାବ ହୋଇଛି । ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ପୋଲିସ ଉକ୍ତ କାରଖାନାରେ ଚଢାଉ ଜାରି ରଖିଛି । ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ସ୍ବତନ୍ତ୍ର ଟିମ୍ ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା କାରଖାନାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଛି ।
ଫର୍ଣ୍ଣିଚର କାରଖାନାରେ ପ୍ରସ୍ତୁତ ହେଉଥିଲା ନକଲି ମୃଦୁ ପାନୀୟ
