ଅପରାଧରାଜ୍ୟ

ନକଲି ନୋଟ୍ ଜବତ ବସ୍ ଷ୍ଟାଣ୍ଡରୁ

ସତ୍ୟଶିଖା (ଭୁବନେଶ୍ୱର) ୨୬/୧୧/୨୦୨୦ : କୋରାପୁଟରୁ ନକଲି ନୋଟ୍ ଜବତ । କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ନକଲି ନୋଟ୍ ଜବତ କରିଛି । ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ନକଲି ନୋଟ୍‌ ରଖିଥିବା ଅଭିଯୋଗରେ କୋରାପୁଟ ନନ୍ଦପୁରର ଯୁବକ ଅନାମ ଖିଲୋକୁ ଗିରଫ କରାଯାଇଛି । ସୁନାବେଡା ଥାନାରେ ଏ ନେଇ ମାମଲା ରୁଜୁ କରିଛି ଏସ୍‌ଟିଏଫ୍‌ । ଏ ନେଇ ଅଧିକ ଖୋଳତାଡ ଜାରି ରହିଛି ।

Show More
Back to top button