ରାଜ୍ୟ

ବଂଶଧାରା ଜଳ ବିବାଦ: 50 ଭାଗ ଲେଖାଏଁ ଜଳ ବ୍ୟବହାର କରିବେ ଓଡିଶା-ଆନ୍ଧ୍ର

ସତ୍ୟଶିଖା(ଭୁବନେଶ୍ୱର) ୨୩ ୦୬.୨୦୨୧: ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ ମାମଲା ଶୁଣାଣି ହୋଇଛି । ଉଭୟ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଚାଲିଥିବା ବିବାଦର ସାମାଧାନର ରାସ୍ତା ବାହାର କରିଛନ୍ତି ଟ୍ରିବ୍ୟୁନାଲ । ଏହି ରାୟ ଅନୁସାରେ ଉଭୟ ଆନ୍ଧ୍ର ଓ ଓଡିଶା ୫୦ ପ୍ରତିଶତ ଜଳ ବ୍ୟବହାର କରିବା ନେଇ ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି । ଏହାସହ ନେରେଡି ଡ୍ୟାମ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ନଦୀର ଜଳ ପରିମାଣ କମିଲେ ଉଭୟ ପକ୍ଷ ସମାନ ପରିମାଣର ଜଳ ବ୍ୟବହାର ପାଇଁ ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି ।

ବ୍ୟାରେଜ୍ ପ୍ରକଳ୍ପ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆନ୍ଧ୍ର ସରକାର ଏଣିକି ବିନା ବାଧାରେ ଏ ବ୍ୟାରେଜ୍ ନିର୍ମାଣ କରିପାରିବେ। ଏଥିପାଇଁ ୧୦୬ ଏକର ଜମି ଓଡ଼ିଶା ସରକାର ଅଧିଗ୍ରହଣ କରି ଆନ୍ଧ୍ରକୁ ଦେବେ । ଏ ଅଧିଗ୍ରହଣ ବାବଦ ମୂଲ୍ୟ ଓଡ଼ିଶା ସରକାରଙ୍କୁ ଆନ୍ଧ୍ର ପ୍ରଦାନ କରିବ।

ବଂଶଧାରା ନଦୀର ଜଳକୁ ବ୍ୟବହାର କରିବା ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ବହୁବର୍ଷ ହେବ ଲାଗି ରହିଛି । ୨୦୦୬ରୁ ଏ ବିବାଦ ଲାଗି ରହିଥିଲା ବେଳେ ବ୍ୟାରେଜରେ ପ୍ରସ୍ତାବିତ ମୁଖ୍ୟ ସୁଇସ୍ ଓ କେନାଲର ନିର୍ମାଣକୁ ନେଇ ଓଡ଼ିଶା ଆପତ୍ତି କରିଥିଲା। ଏ ଡିଜାଇନରେ ଆନ୍ଧ୍ର ସୁଇସ୍ ନିର୍ମାଣ କଲେ ଓଡ଼ିଶାର ନଦୀ ଶଯ୍ୟା ଶୁଖିଲା ପଡ଼ିବ ବୋଲି ଓଡ଼ିଶା ଅଭିଯୋଗ କରିଥିଲା।

ବଂଶଧାରା ନଦୀରେ ୧୧୫ ହଜାର ନିୟୁତ ଘନଫୁଟ ଜଳ ବ୍ୟବହାର ଉପଯୋଗୀ ଥିଲା ବେଳେ ଆନ୍ଧ୍ର ନେରେଡି ବ୍ୟାରେଜ କରି ସିଂହଭାଗ ଜଳ ନିଜ ରାଜ୍ୟରେ ବିନିଯୋଗ କରିବାର ଯୋଜନା ରଖି ବେଆଇନ କାମ କରୁଛି ବୋଲି ଓଡ଼ିଶା ଅଭିଯୋଗ କରିଥିଲା। ସୂଚନା ଅନୁସାରେ ୧୯୬୨ ମସିହାରେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଚୁକ୍ତି ଅନୁଯାୟୀ ନଦୀର ଜଳକୁ ଅଧା ଅଧା ବ୍ୟବହାର କରିବେ ।

Show More
Back to top button