୨ଶହରୁ କମ୍ ମୂଲ୍ୟରେ ମିଳିବ କରୋନା ଟିକା !

ସତ୍ୟଶିଖା(ନୂଆଦିଲ୍ଲୀ) ୧୨ .୦୩.୨୦୨୧: କୋଭିଡ୍‌ ଟିକାର ଚାହିଦା ବଢ଼ିବା ସହିତ ଭାରତରେ ଏହାର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ଉତ୍ପାଦନ ବଢ଼ିବାରୁ ଏବେ ଟିକାକରଣର   ତୀୟ ପର୍ଯ୍ୟାୟରେ ସରକାରଙ୍କୁ ଟିକା ବାବଦରେ କମ୍‌ ଖର୍ଚ୍ଚ କରିବାକୁ ହେବ। ପୂର୍ବରୁ ସରକାର ଗୋଟିଏ ଡୋଜ୍‌କୁ ୨୧୦ ଟଙ୍କାରେ କିଣୁଥିବା ବେଳେ ଏବେ ଏହାକୁ ୧୫୭.୫୦ (ଜିଏସ୍‌ଟି ସମେତ) ଟଙ୍କାରେ କିଣିବେ। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି କହିଛନ୍ତି ଯେ ଆଗକୁ କୋଭିଡ୍‌ ଟିକାର ଦାମ୍‌ ‌ଦେଶରେ ୨୦୦ ଟଙ୍କାରୁ ମଧ୍ୟ କମ୍‌ ରହିବ। ଦେଶର କୌଣସି ରାଜ୍ୟରେ ବି ଟିକା ଅଭାବ ରହିବ ନାହିଁ। ଉତ୍ପାଦନ ବଢ଼ିବା ପରେ ଟିକା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିବା ପାଇଁ ସରକାର ଟିକା ପ୍ରସ୍ତୁତକାରୀ ସଂସ୍ଥା ସହିତ ଆଲୋଚନା କରିଥିଲେ ଏବଂ କମ୍‌ ମୂଲ୍ୟରେ ଟିକା ଉପଲବ୍ଧ କରାଇବାକୁ ସହମତି ହୋଇସାରିଛି ବୋଲି ସେ କହିଛନ୍ତି।

Exit mobile version