ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ ।

ସତ୍ୟଶିଖା ୩୧.୦୭.୨୦୨୦ : ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ । ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା କୋପ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ସେହି ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ଆଜି ନୂଆ ୮ କରୋନା ମୃତକଙ୍କୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଲା । ଗଞ୍ଜାମରୁ ସର୍ବାଧିକ ୪ ଜଣ ଓ ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ଼, ନୟାଗଡ଼ରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି ।

ସେହିପରି ଆଜି ରାଜ୍ୟରେ ଆଜି ୧୪୯୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୫୮୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୧୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮ଜଣ, ଅନୁଗୁଳରୁ୨୫ ବାଲେଶ୍ୱର ଜିଲ୍ଲାରୁ ୩୭, ବରଗଡ଼ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ୧, ବଲାଙ୍ଗୀର ଜିଲ୍ଲାରୁ ୧୯, କଟକ ଜିଲ୍ଲାରୁ ୨୮,  ଦେବଗଡ଼ ଜିଲ୍ଲାରୁ ୨, ଢେଙ୍କାନାଳ ଜିଲ୍ଲାରୁ ୯୨ , ଗଜପତି ଜିଲ୍ଲାରୁ ୯୭, ଜଗତସିଂହପୁର ଜିଲ୍ଲାରୁ ୧୫, ଯାଜପୁର ଜିଲ୍ଲାରୁ ୧୯, ଝାରସୁଗୁଡ଼ା ଜିଲ୍ଲାରୁ ୭, କଳାହାଣ୍ଡି ଜିଲ୍ଲାରୁ ୪୪, କନ୍ଧମାଳ ଜିଲ୍ଲାରୁ ୫୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୬, ଖୋର୍ଦ୍ଧା ଜିଲ୍ଲାରୁ ୨୧୪, କୋରାପୁଟ ଜିଲ୍ଲାରୁ ୮୧,  ମାଲକାନଗିରି ଜିଲ୍ଲାରୁ ୨୬, ମୟୂରଭଞ୍ଜ ଜିଲ୍ଲାରୁ ୧୩, ନୟାଗଡ଼ ଜିଲ୍ଲାରୁ ୬୭, ନୂଆପଡ଼ା ଜିଲ୍ଲାରୁ ୯, ନବରଙ୍ଗପୁର ଜିଲ୍ଲାରୁ ୩୩, ପୁରୀ ଜିଲ୍ଲାରୁ ୩୬, ରାୟଗଡ଼ା ଜିଲ୍ଲାରୁ ୪୦, ସୁବର୍ଣ୍ଣପୁର ଜିଲ୍ଲାରୁ ୫, ସମ୍ବଲପୁରରୁ ୫୬ ଓ  ସୁନ୍ଦରଗଡ଼ ଜିଲ୍ଲାରୁ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜୁଲାଇରେ ସବୁ ଆକଳନ ଭୁଲ ସାବ୍ୟସ୍ତ କରିବାରେ ଲାଗିଛି କରୋନା । ବେସରକାରୀ ସ୍ତରରେ ଅନେକ ବିଶେଷଜ୍ଞ ଓ ସରକାରୀ ମଡ଼େଲ ଉଭୟ କରୋନା ଜୁଲାଇ ମାସରେ ୨୫ରୁ ୩୦ ହଜାର ଭିତରେ କରୋନା ସଂକ୍ରମଣ ରହିବ ବୋଲି ଅନୁମାନ ଲଗାଇଥିଲେ । ହେଲେ ଏବେ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ଡେଇଁଲାଣି । ମାର୍ଚ୍ଚ ପ୍ରଥମ ତାରିଖରେ ରାଜ୍ୟରେ ପ୍ରଥମ ଚିହ୍ନଟ ହୋଇଥିଲେ । ହେଲେ ୧୩୮ ଦିନରେ ରାଜ୍ୟରେ ସବୁକିଛି ଓଲଟପାଲଟ ହୋଇଗଲା । ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ହ୍ରାସ ପାଉଛି । ଅନ୍ୟପଟେ ଏହି ତୁଳନାରେ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି ।
Show More
Back to top button