ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟ ରେ କରୋନା ନେଲା ୧୪ ଜୀବନ

ସତ୍ୟଶିଖା (ଭୁବନେଶ୍ୱର) ୨୭/୧୧/୨୦୨୦ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୭୧୮କୁ ବୃଦ୍ଧି ପାଇଛି ।

୧୪ ଜଣ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଓ ଅନୁଗୁଳରୁ ସର୍ବାଧିକ ୪ ଜଣ ଲେଖାଏଁ ଥିବାବେଳେ ବାଲେଶ୍ୱର ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ ଏବଂ ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି । ତେବେ ଏହି ୧୪ ଜଣ ଆକ୍ରାନ୍ତ କରୋନା ସହ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ ।

Show More
Back to top button