ନ୍ୟୁଜ୍
କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ କରୋନା l


ସତ୍ୟଶିଖା ( ନୀଳଗିରି ) ୩୦ .୦୮.୨୦୨୦ : କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ କରୋନା ପଜିଟିଭ୍ ଚିହ୍ନଟ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧ ପାଉଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ମଧ୍ୟ ସାମିଲ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ କିଛିଦିନ ହେବ ଚନ୍ଦ୍ରବିନ୍ଦୁ ଅସୁସ୍ଥ ଥିଲେ ।
ସେ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ । ତାଙ୍କର ସ୍ୱାବ ପରୀକ୍ଷା ପରେ ପଜିଟିଭ୍ ବାହାରିଛି । ତେବେ ତାଙ୍କୁ କରୋନା ଭୂତାଣୁ ଆସିବା ପରେ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିବା ସହ ପାଞ୍ଚଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ଖବର ଚାରିଆଡେ ପ୍ରଚାର ହେବାପରେ ତାଙ୍କ ସହିତ ମିଶିଥିବା ବ୍ୟକ୍ତି ଆତଙ୍କିତ ହୋଇପଡିଛନ୍ତି ।