

ସତ୍ୟଶିଖା (ଓ୍ବାଶିଂଟନ୍) ୨୧/୧୧/୨୦୨୦ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟର,କରୋନା ଭାଇସରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ଅଛନ୍ତି । ତାଙ୍କର ଏହି ସପ୍ତାହରେ କରୋନା ଟେଷ୍ଟ୍ କରାଯାଇଥିଲା । ତାଙ୍କଠାରେ କୌଣସି ଲକ୍ଷଣ ନଥିଲା । ସେ ଶୁକ୍ରବାରଠୁ କ୍ବାରେଣ୍ଟାଇନରେ ଅଛନ୍ତି । ଟ୍ରମ୍ପ୍ ଜୁନିୟର ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ନିୟମଗୁଡ଼ିକ ପାଳନ କରିଛନ୍ତି । କରୋନା ଯୋଗୁଁ ଆମେରିକାରେ ୨୫୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ୧୨ମିଲିୟନ୍ ଲୋକେ ସଂକ୍ରମିତ ହୋଇଛନ୍ତି ।