ସତ୍ୟଶିଖା (ଭୁବନେଶ୍ୱର) ୧୬.୧୨.୨୦୨୧: ଇସ୍ପାତ ଓ ଖଣି ବିଭାଗର ୧୫ କର୍ମଚାରୀ କୋଭିଡ୍ ପଜିଟିଭ୍ । ୪୮ ଘଣ୍ଟା ପାଇଁ ବନ୍ଦ ରହିବ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ । ସମ୍ପୂର୍ଣ୍ଣ ବିଶୋଧନ ପାଇଁ ବିଭାଗ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ବିଭାଗ ବନ୍ଦ ରଖାଯାଉଛି । ଆସନ୍ତା ୧୮ ତାରିଖରେ ପୂର୍ବ ଭଳି କାର୍ଯ୍ୟକ୍ଷମ ହେବ । ଅଫିସ୍ ଆସୁନଥିବା କର୍ମଚାରୀ ଘରେ ରହି କାମ କରିବେ । ୧୮ ଜଣ କର୍ମଚାରୀ ଜରୁରୀ କାର୍ଯ୍ୟ ସମ୍ପାଦନ କରିବେ । ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନିଷ୍ପତ୍ତି ହୋଇଛି ।
ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ୧୫ କର୍ମଚାରୀଙ୍କୁ କରୋନା
