ରାଜନୀତିରାଜ୍ୟ

ମୌସୁମୀ ଅଧିବେଶନ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯିବନି:ବାଚସ୍ପତି

ସତ୍ୟଶିଖା(ଭୁବନେଶ୍ୱର ) ୧୮.୦୮ .୨୦୨୧:ସମ୍ପୂର୍ଣ୍ଣ କରୋନା କଟକଣାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ। ସେପ୍‌ଟେମ୍ବର ୧ରୁ ୯ ଯାଏ ଏ ଅଧିବେଶନ ଚାଲିବ। ଏଥର ମୌସୁମୀ ଅଧିବେଶନ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯିବନି। ଯେଉଁମାନେ ଡବଲ ଡୋଜ୍‌ ଟିକା ନେଇଥିବେ, ସେମାନଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିବ ବୋଲି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହାଛଡ଼ା ସାମାଜିକ ଦୂରତା ବଜାୟ ରଖି ୪ ଫୁଟ ଦୂରରେ ବିଧାୟକମାନେ ବସିବେ।

ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଆଗକୁ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଧୀରେ ଧୀରେ ରାଜନୈତିକ ପାଣିପାଗ ଉଷ୍ମ ଧରୁଥିଲା ବେଳେ ବିଧାନସଭାର ଆସନ୍ତା ଅଧିବେଶନ ମଧ୍ୟ ସରଗରମ ହେବ ବୋଲି ଅନୁମାନ କରାଯାଉଛି।

Show More
Back to top button