ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

କରୋନା ନେଲା ଆଉ ୧୦ ଜୀବନ, ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି l ଗଞ୍ଜାମରେ ସର୍ବାଧିକ ୯୦ ଜଣଙ୍କର ମୃତ୍ୟୁ l

ସତ୍ୟଶିଖା ୩୦.୦୭.୨୦୨୦ : ଓଡ଼ିଶାରେ ଗତ ୨୪ ଘଂଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମରୁ ୪, ଖୋର୍ଧାରୁ ୨, ସମ୍ବଲପୁର, ସୁନ୍ଦରଗଡ, ରାୟଗଡା, ନୟାଗଡ ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ହୋଇଛି । ୪ ଜଣ ମୃତକଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୦କୁ ବଢିଯାଇଛି । ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୧୨ ଶହ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୫୮ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୪୪୫ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୦ ହଜାର ଅତିକ୍ରମ କରିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଧ୍ୟା ୩୦ ହଜାର ୩୭୮କୁ ବୃଦ୍ଧି ହୋଇଛି । ସେହିପରି  ରାଜ୍ୟରେ ଏବେ ମୋଟ୍ ଆକ୍ଟିଭ୍ ମାମଲା ୧୧ ହଜାର ୨୩୫ ଏବଂ ସୁସ୍ଥ ସଂଖ୍ୟା ୧୮ ହଜାର ୯୩୮ ରହିଛି ।

Show More
Back to top button