ଷ୍ଟେଟ୍ ବ୍ୟାଙ୍କରେ କରୋନା ପଜିଟିଭ୍ ଚିହ୍ନଟ..

ସତ୍ୟଶିଖା : ଷ୍ଟେଟ୍ ବ୍ୟାଙ୍କରେ କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ତେବେ ଉଦଳା ଷ୍ଟେଟ୍‌ ବ୍ୟାଙ୍କର ଫିଲଡ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।କରୋନା ଆକ୍ରାନ୍ତ ଅଫିସରଙ୍କୁ କୋଭିଡ୍‌ ହସ୍ପିଟାଲ ନିଆଯାଇଥିବା ବେଳେ ଆଜି ସକାଳ ୧୦ ଟାରେ ପୁରା ବ୍ୟାଙ୍କକୁ ସାନିଟାଇଜ୍‌ କରାଯାଇଛି। ଏହାସହିତ କାର୍ଯ୍ୟରତ ଅନ୍ୟ ସମସ୍ତ କର୍ମଚାରୀ ହୋମ୍ କ୍ବାରେଣ୍ଟାଇନ୍ ରହିବେ।ତେବେ ବ୍ୟାଙ୍କରେ ଲୋକଙ୍କ ଟଙ୍କା ନେଣ ଦେଣ କାରବାର ଦାୟିତ୍ବରେ ଥିବା ଫିଲଡ ଅଫିସର କରୋନା ପଜିଟିଭ୍ ଚିହ୍ନଟ ପରେ ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଛନ୍ତି।

 

Exit mobile version