ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

କରୋନା ରୋଗୀ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ …

ସତ୍ୟଶିଖା ୨୪.୦୭.୨୦୨୦ : ଓଡ଼ିଶାରେ ପ୍ଲାଜମା ଥେରାପି ସଫଳ ହୋଇଛି । ପ୍ଲାଜମା ଥେରାପିରେ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ରହିଛି । ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଦିନକୁ ଦିନ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ସୂଚନାନୁସାରେ କଟକର ଜଣେ ୪୮ବର୍ଷିୟ ମହିଳା କରୋନା ଆକ୍ରାନ୍ତ ଥିବା ବେଳେ ସେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କଟକ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଏହାସହ ପ୍ଲାଜମା ନେଇଥିବା ଆଉ ୧୩ ଜଣ କରୋନା ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଅନ୍ୟପଟେ ଆଜି ମଧ୍ୟ ରାଜ୍ୟରେ ରେକର୍ଡ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନ 1594 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ସ୍ଥିତିରେ ପ୍ଲାଜମା ଥେରାପି ସଫଳ ହେବା ନିହାତି ଆଶ୍ୱସ୍ତିକର ଖବର ରହିଛି ।

Show More
Back to top button