ସତ୍ୟଶିଖା (ୱାଶିଂଟନ୍) ୩୦/୦୯/୨୦୨୦ : କରୋନା ମହାମାରୀ ଯୋଗୁ ବେରୋଜଗାରୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଏବେ ଲେକପ୍ରିୟ କମ୍ପାନି ଡିଜନୀ ଉପରେ ପଡ଼ିଛି କରୋନା ଛାଟ । କମ୍ପାନି ତାର କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି । ଡିଜନି ଥିମ୍ ପାର୍କରେ କାର୍ଯ୍ୟରତ ଥିବା ୨୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ । ମଙ୍ଗଳବାର କମ୍ପାନି ଏହି ଘୋଷଣା କରିଛି । କରୋନା ମହାମାରୀର ପ୍ରଭାବ ଦୀର୍ଘ ସମୟ ରହିବା ଯୋଗୁ ଆମେରିକାର ଅଧିକାଂଶ ଥିମ ପାର୍କରେ କାମ କରୁଥିବା କର୍ମଚାରୀଙ୍କୁ ବାହାର କରାଯିବ ।
ଡିଜନି ଥିମ ପାର୍କ ଉପରେ କରୋନା ମାଡ, ୨୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ କମ୍ପାନି l
