ନ୍ୟୁଜ୍ବିଦେଶସ୍ପେଶାଲ୍ ରିପୋର୍ଟ

ଡିଜନି ଥିମ ପାର୍କ ଉପରେ କରୋନା ମାଡ, ୨୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ କମ୍ପାନି l

ସତ୍ୟଶିଖା (ୱାଶିଂଟନ୍) ୩୦/୦୯/୨୦୨୦ : କରୋନା ମହାମାରୀ ଯୋଗୁ ବେରୋଜଗାରୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଏ​‌ବେ ଲେକପ୍ରିୟ କମ୍ପାନି ଡିଜନୀ ଉପରେ ପଡ଼ିଛି କରୋନା ଛାଟ ।  କମ୍ପାନି ତାର କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି । ଡିଜନି ଥିମ୍ ପାର୍କରେ କାର୍ଯ୍ୟରତ ଥିବା ୨୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ । ମଙ୍ଗଳବାର କମ୍ପାନି ଏହି ଘୋଷଣା କରିଛି । କରୋନା ମହାମାରୀର ପ୍ରଭାବ ଦୀର୍ଘ ସମୟ ରହିବା ଯୋଗୁ ଆମେରିକାର ଅଧିକାଂଶ ଥିମ ପାର୍କରେ କାମ କରୁଥିବା କର୍ମଚାରୀଙ୍କୁ ବାହାର କରାଯିବ ।ଡିଜନୀ ପାର୍କର ଚେୟାରମ୍ୟାନ୍ ଯୋଶୀ ଡି ଓମାରୋ ଏହି ଫଇସଲାକୁ ଦୁଃଖଦାୟକ କହିଛନ୍ତି । ତେବେ କୋଭିଡ୍-୧୯ ନିୟମ ପାଳନ କରି କର୍ମ କର୍ମଚାରୀଙ୍କୁ ନେଇ କାମ କରିବା ତଥା ମହାମାରୀ ଦୀର୍ଘ ସମୟ ରହିବା ଅନିଶ୍ଚିତତା ଭଳି ମାହୋଲରେ ଏହା ହିଁ ଏକମାତ୍ର ବିଳକ୍ପ ​ ବୋଲି ସେ ଦର୍ଶାଇଛନ୍ତି । କେବଳ କାଲିଫର୍ନିଆ ଓ ଫ୍ଲୋରିଡାରେ ଡିଜନୀ ଥିମ ପାର୍କରେ ମହାମାରୀ ପୂର୍ବରୁ ପ୍ରାୟ ୧,୧୦,୦୦୦ କର୍ମଚାରୀ କାମ କରୁଥିଲେ । ଏବେ ନୂଆ ନୀତି ପରେ କର୍ମଚାରୀଙ୍କ ସଂଖ୍ୟା ହେବ ୮୨ ହଜାର । ଏହା ସହ କାର୍ଲିଫଣ୍ର୍ଣିଆରେ କଟକଣା ଏବେ ହଟିବ କି ନାହିଁ  ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ଅବଶ୍ୟ ଜୁଲାଇ ମଧ୍ୟଭାଗରେ ଫ୍ଲୋରିଡାର ୱାଲ୍ଡ ଡିଜନିକୁ ଆଶିଂକ ଭାବେ ଖୋଲା ଯାଇଥିଲା ।ଏବେ କରୋନା ଯୋଗୁ ପର୍ଯ୍ୟଟକ କମ୍ ଆସୁଛନ୍ତି । ଡିଜନୀ ଏବେ କର୍ମଚାରୀ ସଂଘ ସହିତ ଏନେଇ ଆଲୋଚନା ଆରମ୍ଭ କରିବ । ଜନ ହଫିକନ୍ସ ୟୁନିଭର୍ସିଟି ଅନୁସାରେ ଆମେରିକାରେ କରୋନାରେ ଏବେ ସୁଦ୍ଧା ୭,୧୮୦,୪୧୧ ମାମଲା ସାମ୍ନାକୁ ଆସିଛି ଓ ୨,୦୫,୭୭୪ ଲୋକ ପ୍ରାଣ ହରାଇଛନ୍ତି । ତେବେ ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକା ହୋଇଛି ।

Show More
Back to top button