

ସତ୍ୟଶିଖା ( ଭୁବନେଶ୍ୱର ) ୨୩.୦୭.୨୦୨୦ : କାଶରୁ ମଧ୍ୟ ଜଣାପଡ଼ିପାରେ କରୋନା । ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି । ସମ୍ପୃକ୍ତ ରୋଗୀ ନିଜେ ନିପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ଆପ୍ ମାଧ୍ୟମରେ କାଶର ଅଡିଓକୁ ରେକର୍ଡ କରିବେ । ଏହି ରେକର୍ଡର ପରୀକ୍ଷା କରାଯିବ। କାଶର ଶବ୍ଦରୁ ଜଣାପଡିବ କରୋନା ପଜିଟିଭ୍ କି ନେଗେଟିଭ୍ । ନିପି ଓ ଆର୍ଏମ୍ଆର୍ସି ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି ଭୁବନେଶ୍ୱର ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ।
ନିପି ପକ୍ଷରୁ ଏକ ଆପ୍ ଏକ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡିଓ ରେକର୍ଡ କରିବେ । ଏହାର ପରୀକ୍ଷା କରାଯିବ । କାଶର ଶବ୍ଦରୁ ଜଣାପଡ଼ିବ ସଂପୃକ୍ତ ରୋଗୀଙ୍କୁ କରୋନା ହୋଇଛି କି ନାହିଁ । ଯେହେତୁ ଦିନକୁ ଦିନ ରାଜ୍ୟ ତଥା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏହାକୁ ରୋକିବା ପାଇଁ ଅନେକ ପରୀକ୍ଷା ଜାରି ରହିଛି ।