ସତ୍ୟଶିଖା ୧୬/୦୧/୨୦୨୧ : କରୋନା ଭାଇରସ୍ କୁ ନେଇ ପ୍ରତି ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ମନୁଷ୍ୟ ଶରୀରରେ ବ୍ୟାପୁଥିଲା ମାତ୍ର ଏବେ ଖାଦ୍ୟ ପଦାର୍ଥରେ ମଧ୍ୟ କୋଭିଡ୍ ୧୯ ଭାଇରସ୍ ଦେଖିବାକୁ ମିଳୁଛି । ଚୀନ୍ ରେ ଏଭଳି ଦେଖିବାକୁ ମିଳିଛି । ଯେଉଁଠାରେ ଆଇସକ୍ରିମ୍ ଦ୍ବାରା କରୋନା ଭାଇରସ୍ ସଂକ୍ରମିତ ହେବାର ଦେଖାଯାଇଛି । ଏଭଳି ଜଣାପଡିବା ପରେ ଚୀନରେ ଆତଙ୍କ ଖେଳିଯାଇଛି । ଚୀନ୍ ର ଅଧିକାରୀ ସଂକ୍ରମଣ ଆଶଙ୍କାରେ ଯାଞ୍ଚ କରିବାରେ ଲାଗିଛନ୍ତି । ଚୀନ୍ ର ଉତ୍ତର-ପୂର୍ବ ଅଞ୍ଚଳରେ ଟିୟାନଜିନ ନଗରପାଳିକାରେ ଏଭଳି ଘଟଣା ଘଟିଛି । ସ୍ଥାନୀୟ ଏକ ଦୋକାନରେ ପ୍ରସ୍ତୁତ ଆଇସକ୍ରିମ୍ ର ୩ଟି ସାମ୍ପଲ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି ।
୧୬୬୨ କର୍ମଚାରୀଙ୍କୁ ନିଜେ ନିଜେ ଆଇସୋଲେଟ୍ ଏବଂ ଟେଷ୍ଟିଂ ନିର୍ଦ୍ଦେଶ ଦିଆଯାଇଛି । ୟୁନିଭରସିଟି ଅଫ୍ ଲିଡସର ଭାଇରୋଲୋଜିଷ୍ଟ ଡକ୍ଟର ଷ୍ଟିଫନ ଗ୍ରିଫିନ କହିଛନ୍ତି ଯେ, ଆଇସକ୍ରିମ୍ ଡବାରେ କରୋନା ମନୁଷ୍ୟ ଯୋଗୁଁ ହିଁ ହୋଇଛି । ସେ ଆହୁରି କହିଛନ୍ତି ଯେ ଉତ୍ପାଦନ ପ୍ଲାଣ୍ଟରେ କରୋନା ଭାଇରସ୍ ବ୍ୟାପିଥାଇପାରେ ।