

ସତ୍ୟଶିଖା( ଭୁବନେଶ୍ୱର )୩୦.୦୭ . ୨୦୨୨: ରାଜ୍ୟରେ କିଛି ଦିନ ପରେ ସଂକ୍ରମଣ ୧ ହଜାର ତଳକୁ ଖସିଛି। ଦିନକରେ ମଧ୍ୟରେ ୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୬୬,ସଙ୍ଗରୋଧରୁ ୫୭୫ ଓ ସ୍ଥାନୀୟ ୪୦୬। ୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୧୩, ବରଗଡ ୪୪,ଭଦ୍ରକ ୧୨, ବଲାଙ୍ଗୀର ୨୨, ବୌଦ୍ଧ ୧୦, କଟକ ୩୮, ଦେଓଗଡ ୮, ଢେଙ୍କାନାଳ ୩, ଗଜପତି ୭, ଜଗତସିଂହପୁର ୮, ଯାଜପୁର ୧୬, ଝାରସୁଗୁଡା ୨୦, କଳାହାଣ୍ଡି ୩୦,କନ୍ଧମାଳ ୧୯, କେନ୍ଦ୍ରାପଡା ୮, କେନ୍ଦୁଝର ୧୦, ଖୋର୍ଦ୍ଧା ୧୫୦, କୋରାପୁଟ ୧୬, ମାଲକାନଗିରି ୧, ମୟୁରଗଞ୍ଜ ୮୪,ନବରଙ୍ଗପୁର ୨୮, ନୟାଗଡ ୨୪, ନୂଆପଡା ୧୦, ପୁରୀ ୬, ରାୟଗଡା ୮, ସମ୍ବଲପୁର ୭୧, ସୋନପୁର ୨୩, ସୁନ୍ଦରଗଡ ୨୫୯,ଷ୍ଟେଟ ପୁଲରୁ ୩୨। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨,୧୧୬କୁ ବୃଦ୍ଧି ପାଇଛି। ୧୨,୯୬,୨୯୩ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ହଜାର ୬୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।