ଭାରତରେ କରୋନା : ଗତ ୨୪ଘଣ୍ଟାରେ ୫୦୨୦୯

ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : କରୋନା ଭାଇରସର ଦୈନିକ ସଂକ୍ରମଣ ସଂଖ୍ୟା ଏବେ କମିବାରେ ଲାଗିଛି । ଦିନକୁ ଦିନ ଏହି ସଂଖ୍ୟା ହ୍ରାସ ପାଉଛି । ମଙ୍ଗଳବାର ତୁଳନାରେ ବୁଧବାର ଏହି ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦,୨୦୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୦୪ଜଣଙ୍କ ମୃତ୍ୟୁ ହୋଇଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଛି ତଥ୍ୟ ।ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୫୦,୨୦୯କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩,୬୪,୦୮୬ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରେ ଲଗାତ ଭାବେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୭,୧୧,୮୦୯ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୫୫,୩୩୧ଜଣ କରୋନାକୁ ହରାଇ ଘରକୁ ଫେରିଛନ୍ତି । ତଥ୍ୟ ଅନୁସାରେ, ଦେଶରେ ଆକ୍ଟିଭ୍ କେସ୍ ୬ଲକ୍ଷ ତଳେ ରହିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୭,୯୬୨ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ଜନିତ ମୋଟ ୧,୨୪,୩୧୫ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ଦେଶରେ ଗତ ୨୪ଘଣ୍ଟାରେ ମୋଟ ୧୧ଲକ୍ଷରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ହୋଇଛି ।