

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୬.୨୦୨୧: କରୋନାକୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପ୍ରତିକ୍ରିୟା । ସାମ୍ଭବ୍ୟ ଥାର୍ଡ଼ ୱେଭ୍ ପାଇଁ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ତୃତୀୟ ଲହରର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ । ଏଥିରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବେ । ମେ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭରେ ଆମର ପିକ୍ ଥିଲା । ଏବେ ମେ ୨୫ରୁ କମିବା ଆରମ୍ଭ କରିଛି । ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଭଳି ଜାଗାରେ ସଂକ୍ରମଣ ଟିକିଏ ଅଧିକ ରହୁଛି । ମୃତ୍ୟୁ ହାରରେ ଜାତୀୟ ସ୍ତରଠୁ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି ।