

ସତ୍ୟଶିଖା :୨୨/୦୫/୨୦୨୫: ପୁଣି ଓଡିଶାକୁ ଫେରିଛି କରୋନା ।ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି । ଓଡିଶାକୁ କରୋନାର ନୂଆ ମାମଲା ସାମନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପସିଛି ।
ସୂଚନାଯୋଗ୍ୟ, ଦକ୍ଷିଣ ଏସିଆର ଚୀନ ଓ ସିଙ୍ଗାପୁରରେ କୋଭିଡ୍-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ । କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭ କୋଭିଡ୍ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।