ଦେଶନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଦେଶରେ ଖସୁଛି କରୋନା ଗ୍ରାଫ : ୨୪ଘଣ୍ଟାରେ ୪୫୨୩୦ ନୂଆ ସଂକ୍ରମିତ ଚିହ୍ନଟ

ସତ୍ୟଶିଖା (ନୂଆଦିଲ୍ଲୀ) ୨/୧୧/୨୦୨୦ : କରୋନା ଭାଇରସ ମାମଲାରେ ଭାରତରେ ପୁଣି ଥରେ ହ୍ରାସ ପାଇବାରେ ଲାଗିଛି । କିଛି ଦିନ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ପୁଣି ଥରେ ହ୍ରାସ ପାଇଛି । ରବିବାର ଦିନ ୪୬,୬୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ୪୫,୨୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୭୫ଲକ୍ଷ ପାର୍‌ ହୋଇଛି । ସେହିପରି ଦେଶରେ କରୋନାର ସକ୍ରିୟ ସଂଖ୍ୟା ୬ଲକ୍ଷ ତଳେ ରହିଛି ।କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ , ଗତ ୨୪ଘଣ୍ଟାରେ ଦେଶରେ ୪୫,୨୩୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୪୯୬ଜଣଙ୍କ ମୃତ୍ୟୁ ହୋଇଛି ।ଦେଶରେ କରୋନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୨୯,୩୧୩ରେ ପହଞ୍ଚିଛି ।  ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୫,୪୪,୭୯୮ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ଗତ ୨୪ଘଣ୍ଟାରେ ଦେଶରେ ୫୩, ୨୮୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଦେଶରେ କରୋନାରେ ଆକ୍ଟିଭ୍‌ କେସ୍‌ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରେ ୭୦ଲକ୍ଷର ଅନ୍ତର ରହିଛି । ଦେଶରେ ମୋଟ ଆକ୍ଟିଭ୍‌ କେସ୍‌ ୫,୬୧,୯୦୮ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୨,୬୦୭ଜଣ କରୋନାରେ ମୃତ୍ୟୁ ହୋଇସାରିଛି ।

Show More
Back to top button