ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଖସିଲା କରୋନା ଗ୍ରାଫ୍‌, ୨୪ ଘଣ୍ଟାରେ ବାହାରିଲେ ୫୫ ପଜିଟିଭ୍‌

ସତ୍ୟଶିଖା (ଭୁବନେଶ୍ୱର) ୨୫.୦୩.୨୦୨୨: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ ବୟସର ରହିଛନ୍ତି ୧୦ ଜଣ ।

ବାଲେଶ୍ୱରରୁ ୩, ବଲାଙ୍ଗୀରରୁ ୯, କଟକରୁ ୪, ଦେବଗଡରୁ ୧, ଗଜପତିରୁ ୬, ଗଞ୍ଜାମରୁ ୨, ଯାଜପୁରରୁ ୫, ଖୋର୍ଦ୍ଧାରୁ ୬, କୋରାପୁଟରୁ ୧, ମୟୂରଭଞ୍ଜରୁ ୨, ନୟାଗଡରୁ ୧, ସମ୍ବଲପୁରରୁ ୬, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୁଲରୁ ଜଣେ ରହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୭୭୫୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦୪୦୬୧୩୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More
Back to top button