ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‍ ; ଆଉ ୮୩ ନୂଆ ସଂକ୍ରମିତ ଚିହ୍ନଟ

ସତ୍ୟଶିଖା( ଭୁବନେଶ୍ୱର )୧୨.୦୩.୨୦୨୨ :  ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୪୯, ସ୍ଥାନୀୟ ୩୪। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୫୪୦କୁ ବୃଦ୍ଧି ପାଇଛି। ମୋଟ ୧୨,୭୬,୪୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୭୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ୱର ୪, ବରଗଡ ୧, ଭଦ୍ରକ ୧, ବଲାଙ୍ଗୀର ୪,କଟକ ୫, ଗଜପତି ୮, ଗଞ୍ଜାମ ୨, ଯାଜପୁର ୧, କଳାହାଣ୍ଡି ୧, କନ୍ଧମାଳ ୧,କେନ୍ଦ୍ରାପଡା ୪, ଖୋର୍ଦ୍ଧା ୫, କୋରାପୁଟ ୩, ମୟୁରଭଞ୍ଜ ୫, ନବରଙ୍ଗପୁର ୬, ନୟାଗଡ ୧, ନୂଆପଡା ୧, ପୁରୀ ୧, ସମ୍ବଲପୁର ୧୨, ସୋନପୁର ୫, ସୁନ୍ଦରଗଡ ୧୦ , ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Exit mobile version