୪୮ ଘଣ୍ଟାରେ ହନ୍ଦଓ୍ୱାରାରେ ଦ୍ୱିତୀୟ ଆତଙ୍କୀ ହମଲା, ତିନି ଶହୀଦ୍


ଶ୍ରୀନଗର: ହନ୍ଦଓ୍ୱାରାରେ ୪୮ ଘଣ୍ଟାରେ ଆତଙ୍କବାଦୀ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୩ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ମୋଟ୍ ୬ ସିଆରପିଏଫ ଯବାନ୍ ଜଣେ ମେଜର ଏବଂ କର୍ଣ୍ଣେଲ ଏବଂ ଜଣେ ଜମ୍ମୁ କଶ୍ମୀରର ପୁଲିସ ଶହୀଦ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
ଆଜି (ମେ’ ୪)ରେ ଆତଙ୍କବାଦୀମାନେ ହନ୍ଦଓ୍ୱାରାର କାଜିଆବାଦ ଅଞ୍ଚଳରେ ସିଆରପିଏଫର ଏକ ପାଟ୍ରୋଲିଂ ଟିମ୍ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ତିନି ଜଣ ସିଆରପିଏ ଯବାନ ଶହୀଦ ହୋଇଛନ୍ତି। ଏହାପରେ ସିଆରପିଏଫ ଯବାନ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି। ଏବେ କାଜିଆବାଦ ଏବଂ ଏହାର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରି ସର୍ଚ୍ଚ ଅପରେସନ କରାଯାଉଛି।
ସୂଚନାଯୋଗ୍ୟ, ରବିବାର ରାତିରେ କୁପଓ୍ୱାଡା ଜିଲ୍ଲାର ହନ୍ଦଓ୍ୱାରାରେ ଦୁଇ ଆତଙ୍କବାଦୀଙ୍କ ମୁଣ୍ଡ ନେଇଥିଲେ ଯବାନ। ଯେଉଁଥିରେ ଲଶ୍କରର ଟପ୍ କମାଣ୍ଡର ହାଇଦର ରହିଛି। ତେବେ ଯେଉଁ ବୀର ଯବାନମାନେ ହାଇଦରର ମୁଣ୍ଡ ନେଇଛନ୍ତି ସେମାନେ ପରେ ଶହୀଦ ହୋଇଯାଇଛନ୍ତି।
ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବାବେଳେ ୪ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ୨୧ ରାଷ୍ଟ୍ରୀୟ ରାଇଫଲ ୟୁନିଟର କମାଣ୍ଡର କର୍ଣ୍ଣେଲ ଆଶୁତୋଷ ଶର୍ମା, ଜଣେ ମେଜର ରାଙ୍କର ଅଧିକାରୀ ଏବଂ ଦୁଇ ଜଣ ଯବାନ ରହିଛନ୍ତି। ଏଥିସହ ଜମ୍ମୁ କଶ୍ମୀରର ଜଣେ ପୁଲିସ ଅଧିକାରୀ ମଧ୍ୟ ରହିଛନ୍ତି।