ନ୍ୟୁଜ୍ବିଦେଶସ୍ୱାସ୍ଥ୍ୟ

ୟୁରୋପରେ କାୟା ବିସ୍ତାର କରୁଛି କରୋନା : ଜର୍ମାନୀ ଓ ଡେନମାର୍କ ଯାତ୍ରା କଟକଣା ଜାରି କଲା ଆମେରିକା

ସତ୍ୟଶିଖା( ୱାଶିଂଟନ୍) ୨୩.୧୧.୨୦୨୧:  ୟୁରୋପରେ ପୁଣି କାୟା ବିସ୍ତାର କରୁଛି କରୋନା। ଜର୍ମାନୀ, ଡେନମାର୍କ, ଅଷ୍ଟ୍ରିଆ, ବ୍ରିଟେନ, ବେଲଜିୟମ, ସ୍ୱିଜରଲ୍ୟାଣ୍ଡ, ନରେଓ୍ଵ ଆଦି ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଖ୍ରୀଷ୍ଟମାସ ଛୁଟି ପୂର୍ବରୁ ୟୁରୋପରେ କଡ଼ା କଟକଣା ଲାଗୁ କରାଯାଇଛି। ତେବେ ନୂଆ କଟକଣା ମାନିବାକୁ ପ୍ରସ୍ତୁତ ନୁହନ୍ତି ଲୋକ । ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଘଟାଉଛନ୍ତି । ଜର୍ମାନୀ ଚାନସେଲର ଆଞ୍ଜେଲ ମାର୍କେଲ କରୋନା କଟକଣା ପାଳନ କରିବା କ୍ଷେତ୍ରରେ ସହଯୋଗ କରିବାକୁ ରାଜନେତାମାନଙ୍କୁ ଅନୁରୋଧ କରିଛନ୍ତି। ୟୁରୋପରେ କରୋନା ସଂକ୍ରମଣ ବୃଦ୍ଧି ପରେ ଯାତ୍ରା କଟକଣା ଜାରି କରିଛି ଆମେରିକା। ଜର୍ମାନୀ ଓ ଡେନମାର୍କରେ କରୋନା ମାମଲା ବଢୁଥିବାରୁ ସିଡିସି ଓ ଷ୍ଟେଟ ଡିର୍ପାଟମେଣ୍ଟ ପକ୍ଷରୁ ଯାତ୍ରା କଟକଣା ଜାରି କରାଯାଇଛି। ଏଠାକୁ ଯାତ୍ରା ନକରିବାକୁ ନିଜ ନାଗରିକଙ୍କୁ ମନା କରିଛି ଆମେରିକା। ସବୁଠୁ ଅଧିକ କରୋନା ସଂକ୍ରମଣ ଭୟ ଥିବା ଅର୍ଥାତ ଲେଭଲ -୪ କ୍ୟାଟାଗୋରୀରେ ରହିଛି ଜର୍ମାନୀ ଓ ଡେନମାର୍କ।

Show More
Back to top button