ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୧/୨୦୨୦ : ଭାରତରେ କରୋନା ସଂକ୍ରମଣ ଯୋଗୁ ଗତ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ମଧ୍ୟରେ ଅନୁନ୍ୟ ୩୯ ଲକ୍ଷ ଲୋକେ ନିଯୁକ୍ତି ହରାଇଛନ୍ତି । ଏମ୍ପ୍ଲୋଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ)ଙ୍କ ସୂତ୍ରରୁ ଏହି ସୂଚନା ମିଳିଛି । ଶୁକ୍ରବାର ଇପିଏଫଓ ଜାରି କରିଥିବା ପେ ରୋଲ ଡାଟାରେ ମାସିକ ବେତନରୁ ଭବିଷ୍ୟନିଧି ଜମା କରୁଥିବା ଅନୁନ୍ୟ ୩୯ ଲକ୍ଷ ଲୋକେ ୭ ମାସରେ ବୃତ୍ତି ହରାଇଥିବା ଜଣାପଡିଛି ।
ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ହରାଇଥିବା ଲୋକଙ୍କ ସଂଖ୍ୟାକୁ ବିଚାରକୁ ନେଇ ଜାରି ଏହି ଆକଳନକୁ ଦେଖିଲେ ଅଣ ସଂଗଠିତ ଓ ଅନ୍ୟ କ୍ଷେତ୍ରରେ କେତେ ଲୋକ ରୋଜଗାର ହରାଇଛନ୍ତି ତାହା ସହଜରେ ଅନୁମାନ କରାଯାଇପାରେ । ତେବେ ଯେଉଁ ଭବିଷ୍ୟନିଧି ଜମାକାରୀ କୋଭିଡ ଯୋଗୁ ବୃତ୍ତି ହରାଇଛନ୍ତି ସେମାନଙ୍କୁ ପୁଣି ଥରେ କର୍ମ କ୍ଷେତ୍ରକୁ ଫେରାଇ ଆଣିବା ଲାଗି ସରକାର ‘ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା’ କାର୍ଯ୍ୟକ୍ଷମ କରିବା ଲାଗି ବିଚାର କରୁଥିବା ଜଣାପଡିଛି ।