୧ଲକ୍ଷ ଡେଇଁଲା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା l

ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ଭାରତରେ ଶନିବାର ଦିନ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର୍‌ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ଲକ୍ଷ ପାର୍‌ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟବିଭାଗର ତଥ୍ୟ ଅନୁସାରେ , ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭୯,୪୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ସେହିପରି ଦେଶରେ ୧୦୬୯ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ବର୍ତ୍ତମାନ କରୋନା ଭାଇରସରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪,୭୩,୫୪୫ରେ ପହିଞ୍ଚିଛି । ତେବେ ୯,୪୪,୯୯୬ଟି ଆକ୍ଟିଭ କେସ୍‌ ରହିଥିବା ବେଳେ ୫୪,୨୭,୭୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅପରପକ୍ଷେ ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୧,୦୦,୮୪୨ରେ ପହିଞ୍ଚିଛି ।ଭାରତରେ ଅଣାୟତ୍ତ ରହିଛି କରୋନା । ଦେଶରେ କରୋନାରେ ମୃତଙ୍କ ସଂଖ୍ୟା ୧ଲକ୍ଷ ପାର୍‌ ହୋଇଛି । ଭାରତରେ ସାତ ମାସ ତଳେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଆଜିକା ଦିନର କରୋନା ସଂକ୍ରମଣ ସଂଖ୍ୟାରେ ଭାରତ ୨ୟ ସ୍ଥାନରେ ରହିଛି । ତେବେ କରୋନାରେ ମୃତକଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନରେ ରହିଛି । ସେହିପରି ଭାରତ  ଠାରୁ ଆଗରେ ଆମେରିକା ଓ ବ୍ରାଜିଲ ରହିଛି ।  କିନ୍ତୁ ଏହି ୨ୟ ଦେଶରେ ହେଉଥିବା କରୋନା ମୃତକଙ୍କ ସଂଖ୍ୟାରେ ଭାରତରେ ମୃତ୍ୟୁ ହାର ବହୁତ କମ୍‌ ରହିଛି ।ଭାରତରେ କରୋନା ଭାଇରସରେ ମୃତ୍ୟୁ ହାର ୧.୫୬ ଥିବା ବେଳେ ବିଶ୍ୱରେ ଏହା ୨.୯୮ ରହିଛି । ସେହିପରି ଆମେରିକାରେ ମୃତ୍ୟୁହାର ୨.୮୪ ପ୍ରତିଶତ ଥିବା ବେଳେ ବ୍ରାଜିଲ୍‌ରେ ୨.୯୯ ରହିଛି । ଭାରତରେ କରୋନା ପ୍ରଥମ ମୃତ୍ୟୁର ୨୦୪ଦିନ ପରେ ଏହି ସଂଖ୍ୟା ୧ଲକ୍ଷରେ ପହିଞ୍ଚିଛି । ବ୍ରାଜିଲରେ ଏହି ସଂଖ୍ୟା ୧୫୮ଦିନରେ ପହିଞ୍ଚିଥିଲା । ସେହିପରି ଆମେରିକାରେ ଏହି ସଂଖ୍ୟା ୮୩ଦିନରେ ପୂରଣ ହୋଇଥିଲା ।ଭାରତରେ କରୋନା ଭାଇରସର ପ୍ରଥମ ମାମଲା ୩୦ଜାନୁଆରୀରେ କେରଳରୁ ଆସିଥିଲା । ଚୀନ୍‌ର ଉହାନରୁ ଫେରିଥିବା ଜଣେ ଛାତ୍ରଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା । କିନ୍ତୁ କରୋନା ଭାଇରସରେ ପ୍ରଥମ ମୃତ୍ୟୁ ୧୨ମାର୍ଚ୍ଚରେ କର୍ଣ୍ଣାଟକର କୁଲବର୍ଗୀରେ ଜଣେ ୭୬ବର୍ଷୀୟ ବ୍ୟକ୍ତିଙ୍କର ହୋଇଥିଲା । ଯିଏକି ସାଉଦିରୁ ଫେରିଥିଲେ । ଯେତେବେଳେ ଦେଶରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଥିଲା, ସେହି ସମୟରେ ଦେଶରେ ମୋଟ ୭୫ଟି କରୋନା ସଂକ୍ରମିତ ମାମଲା ରହିଥିଲା । କିନ୍ତୁ ଏବେ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର୍‌ ହୋଇଛି ।

Exit mobile version