ଭାରତରେ ‘ଏଣ୍ଡେମିକ୍’ ସ୍ତରରେ କରୋନା – ଆଉ ବେଶୀ ସଂକ୍ରାମକ ହେବ ନାହିଁ ଭୂତାଣୁ: ସୌମ୍ୟା ସ୍ୱାମୀନାଥନ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୫.୦୮ .୨୦୨୧:  ଭାରତରେ କରୋନା ଆଉ ବେଶୀ ସଂକ୍ରାମକ ହେବ ନାହିଁ। ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବେ ନାହିଁ। କରୋନା ଭୂତାଣୁ ରହିବ। ଏ ଭୂତାଣୁ ସହିତ ବଞ୍ଚିବାକୁ ପଡ଼ିବ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବରିଷ୍ଠ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଏ କଥା କହିଛନ୍ତି।

କରୋନା ମହାମାରୀ ଏବେ ‘ଏଣ୍ଡେମିକ’ ସ୍ତରରେ ଅଛି। ଯେତେବେଳେ ଜନସଂଖ୍ୟାର ଏକ ବଡ଼ ଭାଗ ମହାମାରୀ ସହିତ ବଞ୍ଚିବା ଶିଖିଯାଆନ୍ତି ସେତେବେଳେ ତାକୁ ଏଣ୍ଡେମିକ୍‌ ସ୍ଥିତି କୁହାଯାଏ ବୋଲି ସୌମ୍ୟା ସ୍ୱାମୀନାଥନ କହିଛନ୍ତି।

ଭାରତରେ ଏବେ କରୋନା ଗ୍ରାଫ ତଳକୁ ଖସିଛି। ପୂର୍ବ ତୁଳନାରେ ଏବେ ସଂକ୍ରମଣ କମିଛି। ୨୦୨୨ ସୁଦ୍ଧା ଦେଶର ୭୦ ଭାଗ ଲୋକ ଟିକା ନେଇସାରିଥିବେ ସେତେବେଳେ କରୋନା ପୂରା କମିଯାଇଥିବ। ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ ହୋଇଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏବେ ତୃତୀୟ ଲହର ସଂକ୍ରମଣ ଭୟ ସମସ୍ତଙ୍କୁ ଘାରିଛି ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଛି। ତେବେ ଅଭିଭାବକମାନେ ଚିନ୍ତିତ ନହୋଇ ଅଧିକ ଯତ୍ନବାନ ହେବାକୁ ସୌମ୍ୟା ସ୍ୱାମୀନାଥନ କହିଛନ୍ତି।

Exit mobile version