ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କଠାରେ ଆଣ୍ଟିବଡି ଏତେ ଶୀଘ୍ର ଉଭାନ ହୋଇଯାଉ ନାହିଁ । ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଏହି ଆଣ୍ଟିବଡି ୫ ମାସ ପର୍ଯ୍ୟନ୍ତ ତିଷ୍ଠି ରହୁଛି । ଆମେରିକାରେ କୋଭିଡ-୧୯ ଭୂତାଣୁ ଉପରେ ଗବେଷଣା କରୁଥିବା କିଛି ବିଶେଷଜ୍ଞ ଏଭଳି ଦାବି କରିଛନ୍ତି । ଏହି ଗବେଷକଙ୍କ ମଧ୍ୟରେ ଭାରତୀୟ ପ୍ରଫେସର ଦୀପ୍ତ ଭଟ୍ଟାଚାର୍ଯ୍ୟ ରହିଛନ୍ତି । ଦୀପ୍ତ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଗବେଷକ ଦଳ ଆମେରିକାରେ ୬,୦୦୦ ସଂକ୍ରମିତ ଲୋକଙ୍କ ନମୁନା ସଂଗ୍ରହ କରିଥିଲେ । ଏହା ଉପରେ କିଛିଦିନ ଧରି ଗବେଷଣା କରିଥିଲେ । କରୋନାରୁ ଆରୋଗ୍ୟ ଲାଭ କରିଥିବା ଏହି ଲୋକଙ୍କ ଶରୀରରେ ସେମାନେ ଆଣ୍ଟିବଡି ଠାବ କରିଥିଲେ । ଲୋକଙ୍କ ଶରୀରରେ ଆଣ୍ଟିବଡି ହାରାହାରି ୫-୭ ମାସ ରହୁଥିବା ସେମାନେ ଜାଣିବାକୁ ପାଇଥିଲେ ।
ଶରୀରରେ ୫ମାସ ରହୁଛି କରୋନା ଆଣ୍ଟିବଡି : ଗବେଷଣା
