ନ୍ୟୁଜ୍ରାଜ୍ୟ

ପୁଲିସ ଫେରାଇଲା ରାସ୍ତାରେ ପଡ଼ିଥିବା ୫ଶହ ଟଙ୍କିଆ ବିଡ଼ା

ସତ୍ୟଶିଖା (ଭୁବନେଶ୍ୱର) ୦୭/୦୧/୨୦୨୧  : ଗଙ୍ଗନଗର ଛକରୁ ପାଇଥିବା ଦେଢ଼ ଲକ୍ଷ ଟଙ୍କା ଫେରାଇଛି କ୍ୟାପିଟାଲ ଥାନା ପୁଲିସ । ଉପଯୁକ୍ତ ପ୍ରମାଣ ଦେଖାଇବା ପରେ ଶଶାଙ୍କ ଶେଖର ନାମକ ଜଣେ ଯୁବକଙ୍କୁ ଏହି ଟଙ୍କା ଫେରାଇ ଦିଆଯାଇଥିବା ପୁଲିସ କହିଛି । ଯୁବକ ଜଣକ ଜଣେ ଏମ୍‌ପିଙ୍କ ଏକାନ୍ତ ସହାଯୋଗୀ ବୋଲି ଜଣାପଡ଼ିଛି । ତେବେ ଯୁବକଙ୍କ ପରିଚୟ ପୁଲିସ ସ୍ପଷ୍ଟ କରିବାକୁ ଚାହିନାହିଁ । ଗତକାଲି ସେ ବ୍ୟାଗ୍‌ରେ ଟଙ୍କା ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ଟଙ୍କା ବିଡ଼ା ପଡ଼ି ଯାଇଥିବା କହିଛନ୍ତି ।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଅପରାହ୍ନ ପ୍ରାୟ ସାଢ଼େ ୩ଟାବେଳେ ଏହି ଛକରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇ ବାଇକ୍‌ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିବା ପରେ ନିଜେ ନିଜେ ଉଠି ଚାଲି ଯାଇଥିଲେ । କିନ୍ତୁ ପଡ଼ିଥିବା ଟଙ୍କାକୁ ନେଇନଥିଲେ । ଟଙ୍କାର ଯଦି ଉପଯୁକ୍ତ ପ୍ରମାଣ ଥିଲା ତେବେ ଗତକାଲି ଯୁବକ ଜଣକ କାହିଁକି ଛାଡ଼ି ଚାଲି ଯାଇଥିଲେ? ୨୪ ଘଣ୍ଟା ପରେ ଯୁବକଜଣକ କ’ଣ ପ୍ରମାଣ ଦେଖାଇଲେ? ଏ ନେଇ ପୁଲିସ ସ୍ପଷ୍ଟ କରିବାକୁ ଚାହିନାହିଁ । ଜଣେ ନେତାଙ୍କ ଚାପରେ ପୁଲିସ ଟଙ୍କା ଫେରାଇ ଦେଇଥିବା ଅଭିଯୋଗ ହୋଇଛି ।

Show More
Back to top button