ନ୍ୟୁଜ୍ରାଜ୍ୟ

ଭିତରକନିକାରେ ଏଥର ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବ କ୍ୟାମେରା

ସତ୍ୟଶିଖା(କେନ୍ଦ୍ରାପଡ଼ା )୨୫.୧୦ .୨୦୨୧: ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବ କ୍ୟାମେରା। ଭିତରକନିକା ଜାତୀୟ ଉଦ୍ୟାନରେ କ୍ୟାମେରା ଟ୍ରାପ ମାଧ୍ୟମରେ ବନ୍ୟଜନ୍ତୁ ମାନଙ୍କ ଗତିବିଧି ନିରୀକ୍ଷଣ କରାଯିବ। ପଲିଗନ୍‌ ସର୍ଚ୍ଚ ମାଧ୍ୟମରେ ଭିତରକନିକାରେ ଥିବା ବନ୍ୟଜନ୍ତୁ ମାନଙ୍କ ଗତିବିଧି ନିରୀକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜନଗର ରେଞ୍ଜ,ର ବରୁଣେଇ ଗୋବନ୍ଧି, ଠକୁରିଡିଆ ଫରେଷ୍ଟ ବ୍ଲକ ଓ ଅଙ୍ଗାରୀ ଫରେଷ୍ଟ ବ୍ଲକ ଆଦି ସ୍ଥାନରେ ୨୦ଟି କ୍ୟାମେରା ଲଗାଯାଇଛି। ଆଗକୁ ବନଖଣ୍ଡ ଅଧୀନରେ ଥିବା ୫ଟି ରେଞ୍ଜରେ ହେି କ୍ୟାମେରା ଲଗାଯିବ। ଏହି କ୍ୟାମେରାରେ ୧ମାସ ଯାଏ ଭିଡିଓ ରେକର୍ଡିଂ ସଂରକ୍ଷିତ ହୋଇ ରହିବ। ଭିତରକନିକାରେ ଥିବା ବନ୍ୟଜନ୍ତୁ ମାନଙ୍କ ଗତିବିଧି ନିରୀକ୍ଷଣ ସହିତ ଶିକାରୀ ମାନଙ୍କ ଉପରେ କଡା ନଜର ରଖିବ ଏହି କ୍ୟାମେରା। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ରାଜନଗର ରିପୋର୍ଟର ଦୋଳଗୋବିନ୍ଦ ଜେନା।

Show More
Back to top button