ସତ୍ୟଶିଖା (ମୁମ୍ବାଇ) ୧୫/୦୧/୨୦୨୧ : ସୈଫ ଅଲି ଖାନଙ୍କ ୱେବ ସିରିଜ ତାଣ୍ଡବ ରିଲିଜ ହେବାପରେ ବିବାଦ ମୁଣ୍ଡ ଟେକିଛି । ତାଣ୍ଡବରେ ସୈଫ ଅଲି ଖାନଙ୍କ ସହ ଡିମ୍ପଲ କାପାଡ଼ିଆ, ସୁନୀଲ ଗ୍ରୋଭର, ଜିଶାନ ଅୟ୍ୟୁବ, ଗୌହର ଖାନ ମଧ୍ୟ ଅଭିନୟ କରିଛନ୍ତି । ୱେବ୍ ସିରିଜର ପ୍ରଥମ ଏପିସୋଡରେ ହିଁ ବିବାଦ ଆରମ୍ଭ ହୋଇଛି । ଜିଶାନ ଅୟ୍ୟୁବ ଭଗବାନ ଶିବଙ୍କ ଭେଷରେ ନଜର ଆସିଛନ୍ତି । ଏହି ଭେଶଭୁଷାରେ ସେ ଏକ ୟୁନିଭର୍ସିଟିରେ ଛାତ୍ରଙ୍କୁ ସମ୍ବୋଧିତ କରୁଥିବା ନଜର ଆସିଛନ୍ତି । ମଞ୍ଚରେ ଛିଡା ହୋଇ ସେ କହିଛନ୍ତି, ‘ଆପଣମାନଙ୍କୁ କାହାଠାରୁ ସ୍ୱାଧୀନତା ଦରକାର’ । ଜିଶାନ ମଞ୍ଚକୁ ଆସୁ ଆସୁ ସଞ୍ଚାଳକ କହିଛନ୍ତି, ‘ନାରାୟଣ-ନାରାୟଣ, ପ୍ରଭୁ କିଛି କରନ୍ତୁ, ରାମଙ୍କ ଫଲୋୟର୍ସ ସୋସିଆଲ ମିଡ଼ିଆରେ ଲଗାତାର ବଢ଼ିବାରେ ଲାଗିଛନ୍ତି । ଆମକୁ କିଛି ନୂଆ ଷ୍ଟ୍ରାଟେଜି ଆପଣେଇବାକୁ ହେବ।’
ଜଣେ ୟୁଜର ଏହି ଦୃଶ୍ୟକୁ ସେୟାର କରି ତାଣ୍ଡବ ନିର୍ଦ୍ଦେଶକ ଅଲି ଅବ୍ବାସ ଜଫରଙ୍କୁ ଟାର୍ଗେଟ କରି ଏହାକୁ ଟୁକୁଡା ଟୁକୁଡା ଗ୍ୟାଙ୍ଗକୁ ଗ୍ଲୋରିଫାଇ କରୁଥିବା କହିଛନ୍ତି ।ୟୁଜର୍ସଙ୍କ ଅନୁଯାୟୀ, ଜିଶାନ ଅୟ୍ୟୁବ ଏହି ଦୃଶ୍ୟରେ ଶ୍ରୀରାମ ଓ ଭଗବାନ ଶିବଙ୍କୁ ଅପମାନିତ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ତାଣ୍ଡବକୁ ବଏକଟ କରିବାକୁ ଦାବି ଜୋର ଧରିଛି ।