ଅପରାଧନ୍ୟୁଜ୍ରାଜ୍ୟ

ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମାରିବା ବିବାଦ । ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଗିରଫ ।

ସତ୍ୟଶିଖା ( ଭୁବନେଶ୍ୱର ) ୧୭/୦୨/୧୦୨୧ : ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ନିଖୋଜ ପୋଷ୍ଟର ମରା ବିବାଦକୁ ନେଇ ଶେଷରେ ଗିରଫ ହୋଇଛନ୍ତି ତାଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ । ବିଭିନ୍ନ ଆଳ ଦେଖାଇ ଗିରଫଦାରିକୁ ଏଡାଇ ଚାଲିଥିଲେ ଭୁବନେଶ୍ୱର ସାଂସଦଙ୍କ ପିଏ ଧନେଶ୍ୱର ବାରିକ । ହେଲେ ଆଜି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଶୁଭମ ହୀରା ଥାନାରେ ଅଭିଯୋଗ କରିଥିଲେ ଯେ, ସେ ଓ ତାଙ୍କ କ୍ଲିନିକର ଷ୍ଟାଫମାନେ ବୁଦ୍ଧନଗର କଦଳୀ ଗୋଦାମରେ ପୋଷ୍ଟର ଲଗାଇବାବେଳେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ତାଙ୍କ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା ତାଙ୍କୁ ଲୁହା ରଡରେ ପିଟିଥିଲେ । ପଗଡି ଖୋଲି ଚୁଟି ଧରି ତଳେ ପକାଇ ଚାପିଦେଇଥିଲେ । ମୋବାଇଲକୁ ଭାଙ୍ଗିଦେଇଥିଲେ ଆଉ ତାଙ୍କ ପକେଟରେ ଏମପି ମହୋଦୟାଙ୍କ ଚିରା ପୋଷ୍ଟର ରଖି ଅନ୍ୟଜଣେ ଏହି ପୋଷ୍ଟର ଲଗାଇବାକୁ କହିଥିବା ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ । ଏହି ଘଟଣା ପରେ ଏବେ ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ପୋଲିସ ।

 

Show More
Back to top button