ସତ୍ୟଶିଖା( ଭୁବନେଶ୍ୱର )୦୭.୧୧.୨୦୨୨: ଗତ ସୂର୍ଯ୍ୟପରାଗରୁ ଆରମ୍ଭ ଚିକେନ୍ ବିରିୟାନି ଖିଆ ବିବାଦ ଥମିବାର ନାଁ ନେଉନି। ଆସନ୍ତା ୮ ତାରିଖ ଚନ୍ଦ୍ରଗ୍ରହଣ ସମୟରେ ବି ଖାଦ୍ୟ ଭକ୍ଷଣ କରିବୁ ବୋଲି ହେତୁବାଦୀ ସଂଗଠନର ଦୃଢ଼ୋକ୍ତି ପରେ ତୀବ୍ର ପ୍ରତିବାଦର ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ଏମିତିକି ସେଦିନ ଏଭଳି ପରଂପରା ବିରୋଧୀ କାମ ଯେଉଁଠି ହେବ, ସେଠି ଘଣ୍ଟ ବାଡ଼େଇ ପ୍ରତିବାଦ କରିବାକୁ ରୋକଠୋକ୍ ଶୁଣାଇଛି।
ଚନ୍ଦ୍ରଗ୍ରହଣ ପୂର୍ବରୁ ହେତୁବାଦୀଙ୍କୁ ଚେତାବନୀ ଦିଆଯାଇ କୁହାଯାଇଛି, ଆଉ ସହିବୁନି ସନାତନ ସଂସ୍କୃତିର ଅପମାନ। ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟିକାରୀଙ୍କୁ ଛାଡ଼ିବୁନି। ଯେଉଁଠି ପରଂପରା ବିରୋଧୀ କାମ ହେବ ସେଠି ପହଞ୍ଚି ଘଣ୍ଟ ପିଟିବୁ। ଭୁବନେଶ୍ୱରରେ ରାମମନ୍ଦିର ସମ୍ମୁଖରେ ଆଜି ଏମିତି ଢଙ୍ଗରେ ଚେତାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ଏମିତିକି ଏନେଇ ପୋଲିସ ଡିଜିଙ୍କୁ ଇ-ମେଲ୍ ମାଧ୍ୟମରେ ବି ଅବଗତ କରାଯାଇଥିବା କହିଛି ସଂଘ। ସଂଘ କାମେଶ୍ୱର ତ୍ରିପାଠୀ ଓ ସଚେତକ ସୁବାସ ଚନ୍ଦ୍ର ମିଶ୍ର ଅଭିଯୋଗ କରିଛନ୍ତି, ଗତ ୨୫ ତାରିଖ ସୂର୍ଯ୍ୟପରାଗ ସମୟରେ ହେତୁବାଦୀ ନାମକ ଏକ ସଂଗଠନର ସଭାପତି ଓ ସଂପାଦକଙ୍କ ସହ ଅନ୍ୟ ସଦସ୍ୟମାନେ ରାଜଧାନୀ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରୋଷେଇ କରି ଚିକେନ୍ ବିରିୟାନି ଓ ଅନ୍ୟ ଖାଦ୍ୟ ଖାଇଲେ। ତାସହ ସାଧାରଣ ଲୋକଙ୍କୁ ଖାଇବାକୁ ବି ପ୍ରବର୍ତ୍ତାଇଲେ ଓ ବିଜ୍ଞାନର ଉଦାହରଣ ଦେଇ ଧର୍ମଶାସ୍ତ୍ର ବିରୋଧୀ ମନ୍ତବ୍ୟ ଦେଲେ। ଯାହାକି ସନାତନଧର୍ମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଏଭଳି ଧର୍ମ ବିରୋଧୀଙ୍କୁ ତୁରନ୍ତ ଗିରଫ ସହ ସେମାନଙ୍କ ବିରୋଧରେ ଦୃଢ଼ କାଯର୍ୟାନୁଷ୍ଠାନ ହେଉ। ଏନେଇ ବିଭିନ୍ନ ଥାନାରେ ଏତଲା ଦିଆଯାଇଥିବା ସତ୍ତ୍ୱେ ଆଗାମୀ ମଙ୍ଗଳବାର ଚନ୍ଦ୍ରଗ୍ରହଣ ଦିନ ପୁଣିଥରେ ଚିକେନ ଓ ସାଧା ବିରିୟାନି ପ୍ରସ୍ତୁତ କରି ହେତୁବାଦୀମାନେ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖାଇବାକୁ ଉସ୍କାଉଛନ୍ତି। ଏହା ଧର୍ମିୟ ଭାବନାକୁ କ୍ଷୁର୍ଣ୍ଣ କରୁଛି। ତେଣୁ ସେଦିନ ହେତୁବାଦୀମାନେ ଯେଉଁଠି ଏଭଳି ନୀତିହୀନ କାର୍ଯ୍ୟ ଆୟୋଜନ କରିବେ, ସେଠି ପହଞ୍ଚି ଘଣ୍ଟ ପିଟି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ। ଯଦି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜେ, ତାହାଲେ ସଂଘ ଦାୟୀ ରହିବନି ବୋଲି ଚେତାଇ ଦେଇଛି।ତେଣେ ଓଡ଼ିଶା ମନ୍ଦିର ସେବାୟତ ସଂଘର ଚେତାବନୀକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ହେତୁବାଦୀ ସଂଗଠନ। ସଂଗଠନ ସଭାପତି ପ୍ରତାପ ରଥ କହିଛନ୍ତି କୌଣସି ବୈଜ୍ଞାନିକ ଚିନ୍ତାଧାରା, ସଂସ୍କୃତିର ସିଦ୍ଧାନ୍ତରେ ବଦଳି ଯାଏନି। ଭୋକିଲା, ଖଟିଖିଆ ମାନେ ଖାଇବାକୁ ଚାହଁନ୍ତି। ଅବୈଜ୍ଞାନିକ ଚିନ୍ତାଧାରା କାହା ଉପରେ ଲଦିଦେବା ଠିକ୍ନୁହେଁ। ସୂର୍ଯ୍ୟପରାଗ ଭଳି ଚନ୍ଦ୍ରଗ୍ରହଣ ସମୟରେ ବି ହେତୁବାଦୀ ଚିନ୍ତାଧାରାର ଲୋକମାନେ ଖାଦ୍ୟ ଖାଇବେ। କେହି ପ୍ରତିବାଦ କଲେ କୌଣସି ପ୍ରଭାବ ପଡ଼ିବନି। ତେବେ ଧମକଚମକ ଦେଲେ, ତାର ଉଚିତ୍ ଜବାବ ଦିଆଯିବ।
ତେଣୁ ଦେଖିବାର କଥା ସୂର୍ଯ୍ୟପରାଗରୁ ଆରମ୍ଭ ହୋଇଥିବା ଚିକେନ୍ ବିରିୟାନି ଖିଆ ବିବାଦ ଚନ୍ଦ୍ରଗ୍ରହଣବେଳକୁ କି ମୋଡ଼ ନେଉଛି।
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
